ଥାନା ହାଜତରେ ଯୁବକଙ୍କୁ ମାଡ଼ ଘଟଣାରେ ଦୁଇ ପୁଲିସ୍‌ ନିଲମ୍ବିତ

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ହାଜତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଜଗତ୍‌ସିଂହପୁର ଏସ୍‌ପି।

ନିଲମ୍ବିତ ୨ ପୁଲିସ୍‌ କର୍ମଚାରୀ ହେଲେ ASI ରବି ନାରାୟଣ ସେନାପତି ଓ କନ୍‌ଷ୍ଟେବଲ ଶିବ ଜାନି।

ସୂଚନାଥାଉ କି, ଗତ ୧୨ ତାରିଖରେ ଏକ ମାମଲାରେ ଓଡ଼ିଶୋ ଗାଁର ଲିଙ୍ଗରାଜ ଦାସଙ୍କୁ ଥାନାକୁ ଅାଣିଥିଲା ପୁଲିସ।  ତାଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ପରେ ଏସ୍‌ପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

You might also like