ଦେବଦୂତ ସାଜିଲେ ପୁଲିସକର୍ମୀ, ଏମିତି ବଞ୍ଚାଇଲେ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ଏହି ସମୟରେ ଦେବଦୂତ ସାଜି ଯୁବକଙ୍କ ଜୀବନ ବଞ୍ଚାଇଲେ ପୁଲିସକର୍ମୀ। ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ତିଲକ ନଗରରେ ରହୁଥିବା ଜଣେ ୩୦ ବର୍ଷୀୟ ଯୁବକ କୌଣସି କାରଣକୁ ନେଇ ୱେଷ୍ଟ ଏନକ୍ଲେଭ ନିକଟରେ ଥିବା ଏକ ଫ୍ଲାଏଓଭର ଉପରେ ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିଲେ। ଏହି ସମୟରେ ସେଇ ବାଟ ଦେଇ ଯାଉଥିବା ୨ ଜଣ ପୁଲିସ କର୍ମୀ ଏହାଦେଖି ଅଟକି ଯାଇଥିଲେ ଓ ସଙ୍ଗେସଙ୍ଗେ ଫ୍ଲାଏଓଭରରେ ଲଟକି ଥିବା ଯୁବକଙ୍କ ହାତ ଧରି ପକାଇଥିଲେ। ଫଳରେ ସମ୍ପୃକ୍ତ ଯୁବକ ଜଣକ ଆଉ ତଳକୁ ଡେଇଁ ପାରି ନ ଥିଲେ। ଏହାପରେ ୨ ସାହସୀ ପୁଲିସ କର୍ମୀ, ଯୁବକଙ୍କୁ ଉପରକୁ ଟାଣି ତାଙ୍କର ଜୀବନ ବଞ୍ଚାଇଥିଲେ। 

You might also like