ପୋଖରୀରେ ପଶିଗଲା ବାଇକ୍; ୨ ମୃତ, ଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅାଲୁଅ ଝରଣ ପଞ୍ଚସଖା ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି।

କାମାକ୍ଷାନଗର ଅାଳତୁମା ଗାଁର ୩ଜଣ ଯୁବକ ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ବାଇକ୍‌ଟି ପୋଖରୀକୁ ପଶି ଯାଇଥିଲା। ଦୁଇ ମୃତକ ହେଉଛନ୍ତି ବୁଲୁ ପାତ୍ର ଓ ଟୁଟୁ ପାତ୍ର। ଗୁରୁତର ଅାହତ ହୋଇଥିବା କହ୍ନେଇ ବେହେରାଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

You might also like