ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ବଲାଙ୍ଗିର: ଏକ ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସିରୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା। କୌଣସି ବଡ଼ ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା।

ପୁଲିସ୍‌ ଓ ଅଗ୍ନିଶମ ବିଭାଗ  ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍‌ ଆରୋହୀଙ୍କ  ମୃତଦେହ ଉଦ୍ଧାର କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

You might also like