ହତ୍ୟାକାଣ୍ଡର ଦେଢ଼ ବର୍ଷ ପରେ ପୋଲିସ୍‌ ହାତରେ ଧରାପଡ଼ିଲା ଅଭିଯୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ଯୋବ୍ରା ଅଞ୍ଚଳର ତପନ ନାୟକ ହତ୍ୟା ଘଟଣାର ଦୀର୍ଘ ଦେଢ ବର୍ଷ ପରେ ୨ ଅଭିଯୁକ୍ତଙ୍କୁ ମାଲଗୋଦାମ ପୋଲିସ୍‌ ଗିରଫ କରିଛି।  ଏହି ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ୍‌।

୨୦୧୯ ଜୁନ ୬ରେ ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ଯୋବ୍ରା ଅଞ୍ଚଳର ତପନ ନାୟକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଅଭିଯୁକ୍ତ ହାପୁନ ଓରଫ ହରିଦତ୍ତ ସିଂ ଓ କାଦୁଆ ଓରଫ ଦେବଦତ୍ତ ସିଂ ଫେରାର ଥିଲେ।

ତେବେ ଦୀର୍ଘ ଦେଢ ବର୍ଷ ପରେ ମାଲଗୋଦାମ ପୋଲିସ୍‌ ଏମାନଙ୍କୁ ଗିରଫ କରିଛି। ଏହି ଦୁଇ ଭାଇଙ୍କ ନାଁରେ ୧୦ରୁ ଅଧିକ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଗିରଫ ଏହି ୨ ଅଭିଯୁକ୍ତ ଦେଢ ବର୍ଷ ଫେରାର ରହିବା ପରେ ପୁଣି ଯୋବ୍ରା ଫେରି ବିଭିନ୍ନ ଲୋକଙ୍କୁ ଦାଦାବଟି ମାଗୁଥିବା ଅଭିଯୋଗ ପରେ ପୋଲିସ୍‌ ଏମାନଙ୍କୁ ଗିରଫ କରିଥିଲା।

You might also like