ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଇସ୍ତାନ୍‌ବୁଲ୍: ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ। ଭୁମିକମ୍ପର ତୀବ୍ରତୀ ଏତେ ଭୟାନକ ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ଯିବା ସହ ସମୁଦ୍ର ପାଣି ମାଡ଼ି ଆସିଥିଲା।

ଗ୍ରୀକ୍ ପ୍ଲବିକ୍ ଟେଲିଭିଜନ୍ କହିବାନୁସାରେ ଆଜି ଅପରାହ୍ନରେ ଭୁମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୭.୦। ଗ୍ରୀକ୍ ସହର ଠାରୁ ୧୪ କିମି ଦୂର କାର୍ଲୋଭାସୀ ଠାରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି।

ଏହି ଭୟଙ୍କର ଭୂମିକମ୍ପ ଯୋଗୁ ଛୋଟ ସୃଷ୍ଟି ହୋଇଥିଲା। ସମୁଦ୍ର ପାଣି ତର୍କୀସ୍ ରିସର୍ଟ ସହରର ଇଜାମିରର ରାସ୍ତାରେ ଭିତରକୁ ମାଡ଼ିଆସିଥିଲା। ଏଥିରେ ୨୦ଟି ବଡ଼ ଅଟ୍ଟାଳିକା ଭାଙ୍ଗିଯାଇଛି।

ଭୂମିକମ୍ପ ହେବା ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ବିକଳଆକୁଳରେ ଦଉଡ଼ି ଥିଲେ।

ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଥିବା ତୁର୍କୀର ରାଷ୍ଟ୍ରପତି ରିସିପ୍ ଟାୟିପ୍ ଏର୍ଡୋଗାନ୍ କହିଛନ୍ତି।

You might also like