ବାଇକ୍‌ ଆରୋହୀଙ୍କ ବଦ୍‌ମାସୀ ପାଇଁ ହଜିଗଲା ମେଧାବୀ ଛାତ୍ରୀଙ୍କ ସ୍ୱପ୍ନ

ବୁଲନ୍ଦସହର: ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ଆଖିରେ ଥିଲା ଅନେକ ସ୍ୱପ୍ନ। ଅନେକ କିଛି କରି ଦେଖାଇବାର ସଙ୍କଳ୍ପ। ହେଲେ କିଛି ବଦ୍‌ମାସ୍‌ ପିଲାଙ୍କ ପାଇଁ ସବୁକିଛି ହଜିଗଲା। ସ୍ୱପ୍ନକୁ ସାକାର କରିବା ପୁର୍ବରୁ ସବୁଦିନ ପାଇଁ ବନ୍ଦ ହୋଇଗଲା ସେଇ ଆଖି।

ଉତ୍ତରପ୍ରଦେଶ ବୁଲନ୍ଦସହରର ସୁଦୀକ୍ଷା ଭାଟି। ଗତବର୍ଷ ଇଣ୍ଟରମିଡିଏଟ ପରୀକ୍ଷାରେ ବୁଲନ୍ଦସହରରେ ଟପ୍ପର ହୋଇଥିଲେ। ଭଲ ପାଠ ପାଇଁ ତାଙ୍କୁ ସ୍କଲାରସିପ୍‌ ମିଳିଥିଲା। ଆମେରିକା ଯାଇଥିଲେ ଉଚ୍ଚ ଶିକ୍ଷା ପାଇଁ। ନିଜ ପରିଶ୍ରମରେ ଏକ ଶାନଦାର କ୍ୟାରିୟର କରିବାର ସ୍ୱପ୍ନ ଥିଲା ତାଙ୍କ ଆଖିରେ। ହେଲେ କିଛି ଛତରା ପିଲାଙ୍କ ପାଇଁ ସେ ସବୁଦିନ ପାଇଁ ଆଖି ବୁଜି ଦେଲେ।

କରୋନା ସଂକ୍ରମଣ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ସୁଦୀକ୍ଷା ଘରେ ଥିଲେ। ଘଟଣାଦିନ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଚାଙ୍କ ବାଇକ୍‌ରେ ଯାଉଥିଲେ। ରାସ୍ତାରେ ବୁଲେଟ୍‌ରେ ଯାଉଥିବା କିଛି ପିଲା ତାଙ୍କୁ ପିଛା କରିଥିଲେ। ବୁଲେଟ୍‌ରେ ଯାଉଥିବା ପିଲାମାନେ ତାଙ୍କ ବାଇକ୍‌କୁ  ବାରମ୍ବାର ଓଭରଟେକ କରୁଥିଲେ। ସେମାନଙ୍କଠାରୁ ବର୍ତ୍ତିବା ପାଇଁ ଗାଡ଼ି ବୁଲାଇବାବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ସୁଦୀକ୍ଷାଙ୍କର ମତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ, ସୁଦୀକ୍ଷା ବୁଲନ୍ଦସହର ଜନପଦର ଟପର ହୋଇଥିଲେ। HCL ପକ୍ଷରୁ ତାଙ୍କୁ ତିନିକୋଟି ୮୦ ଲକ୍ଷ ଟଙ୍କା ସ୍କଲାରସିପ ବାବଦରେ ପ୍ରଦାନ କରାଯାଇଥିଲା।  ସ୍କଲାରସିପ ପାଇବା ପରେ ସୁଦୀକ୍ଷା ଆମେରିକାରେ ଉଚ୍ଚଶିକ୍ଷା କରିବା ପାଇଁ ସ୍ଥିର କରିଥିଲେ। ସେ ଆମେରିକାର Babson Collegeରେ ଭାରତ ସରକାରଙ୍କ ସହାୟତାରେ ପଢୁଥିଲେ।

ସୁଦୀକ୍ଷାଙ୍କ ପରିବାର ସ୍ଥାନୀୟ ଗୌତମବୁଦ୍ଧନଗର  ଦାଦରୀ ଅଞ୍ଚଳର ବାସିନ୍ଦା। ସବୁଠାରୁ ପରିତାପର କଥା ହେଲା ଏକ ଗରିବ ପରିବାର ଆଖିର ଆଲୋକ ଥିଲେ ସୁଦୀକ୍ଷା। ବାପା ତାଙ୍କର ଚା’ ଦୋକାନୀ। ଦାରଦ୍ର୍ୟ ସହ ପ୍ରତି ମୁହୂର୍ତ୍ତରେ ଲଢୁଥିଲେ ବି ହାରି ଯାଇ ନ ଥିଲେ। କଠିନ ପରିଶ୍ରମ କରି ସେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖିଥିଲେ।  ସ୍କଲାରସିପ ପାଇବା ପରେ ଆମରିକାରେ ପଢିବାର ସାହାସ ଯୋଗାଡ କରି ପାରିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ସୁଦୀକ୍ଷା କରୋନା ଭାଇରସ ଯୋଗୁ ଆମେରିକାରୁ ଚାଲି ଆସିଥିଲା। କିଛି ଦିନ ପରେ ସେ ପୁଣି ଆମେରିକା ଫେରି ଯାଇଥାନ୍ତେ।

ଘଟଣାଦିନ ସେ ତାଙ୍କ ମାମାଙ୍କୁ ଦେଖା କରିବା ପାଇଁ ଯାଉଥିଲେ। ଆଉ ଆଜି ଝିଅକୁ ହରାଇ ଏଇ ଗରିବ ପରିବାରରେ ପୁଣି ଯେମିତି ଅନ୍ଧକାର ଛାଇ ଯାଇଛି।

ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଜ୍ଞାତ ବାଇକ୍‌ ଆରୋହୀଙ୍କ ନାମରେ ମାମଲା ରୁଜୁ କରିଛି। ଅଜ୍ଞାତ ବାଇକ ଆରୋହୀଙ୍କୁ ଖୋଜା ଚାଲିଛି।

ଆହୁରି ପଢ଼ନ୍ତୁ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

You might also like