ବିନା ଡ୍ରାଇଭରରେ ଆପେଆପେ ଗଡ଼ିଲା ଟ୍ରକ୍‌ !

ଭୁବନେଶ୍ୱର: ବିନା ଡ୍ରାଇଭରରେ ଗଡ଼ିଲା ଟ୍ରକ୍‌ ! ମାଟି ବୋଝେଇ ଟ୍ରକ୍‌ଟି ବିନା ଡ୍ରାଇଭରରେ ବିପଜ୍ଜନକ ଭାବେ ପ୍ରାୟ ୬୦୦ ମିଟର ଯାଏ ଗଡ଼ିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଗତକାଲି ରାତିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ଆଚାର୍ଯ୍ୟବିହାର ନିକଟ ଓଭର ବ୍ରିଜ ଉପରେ ମହାରାଜା ସିନେମା ହଲ୍ ସାମ୍ନାରେ ମାଟି ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ସେହି ସମୟରେ ଟ୍ରକ୍‌ରେ ଡ୍ରାଇଭର ମଧ୍ୟ ନ ଥିଲେ। ଏହି ସମୟରେ ଆଚାର୍ଯ୍ୟବିହାର ଆଡୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଏମିତି ଧକ୍କା ଦେଲା ଯେ, ଛିଡ଼ା ହୋଇଥିବା ଟ୍ରକ୍‌ଟି ଓଭର ବ୍ରିଜରେ ହିଁ ମହାରାଜା ସିନେମା ହଲ୍ ସାମ୍ନାରୁ ସହିଦ ନଗର ଥାନା ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ପ୍ରାୟ ୬୦୦ ମିଟର ଯାଏ ଗଡ଼ିଥିଲା।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଟ୍ରକ୍‌ର ସମ୍ମୁଖ ଭାଗ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

‘ସଫଳ ହେବନି ଡ୍ରାଗନର ଚାଲ୍’

ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

୨୪ ଘଣ୍ଟାରେ ଓଡ଼ିଶାରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ‌ ଚିହ୍ନଟ

You might also like