ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

୧୮୦ କିମି ଅତିକ୍ରମ କଲା ଇଞ୍ଜିନ ବିହୀନ ଟ୍ରେନ୍

ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮ କୋଟା- ସାୱାଇ ମାଧୋପୁର ଷ୍ଟେସନରେ ଚଲାଯାଇଥିଲା। ଟ୍ରେନ୍‌ଟି ତ୍ରୁଟିଶୂନ୍ୟ ଭାବେ ଗତି କରିଥିଲା ବୋଲି ଜେନେରାଲ ମ୍ୟାନେଜର ଏସ.ମଣି ସୂଚନା ଦେଇଛନ୍ତି।

ଆସନ୍ତା ଜାନୁଆରୀରୁ ଏହା ବ୍ୟବସାୟିକ ଭିତ୍ତିରେ ଟ୍ରାକ୍‌ରେ ଗଡିବ ବୋଲି ଆଶା କରାଯାଉଛି। ଚେନ୍ନାଇ ଆଇଅଫ୍‌ସିଏଫ୍‌ରେ ନିର୍ମାଣ ହୋଇଥିବା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଘଣ୍ଟାକୁ ୧୬୦ କିଲୋମିଟର୍ ବେଗରେ ଗତି କରୁଥିବା ଏହି ଟ୍ରେନ୍ ଶତାବ୍ବୀ ଏକ୍ସପ୍ରେସରୁ ମଧ୍ୟ ଅଧିକ ବେଗରେ ଟ୍ରାକ୍‌ରେ ଗତି କରିବ।

ଏହାସହ ଟ୍ରେନ୍‌ରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଜ୍ଞାନ କୌଶଳ ରହିଛି। ପୁରା ଟ୍ରେନ୍‌ରେ ସିସିଟିଭି ଲାଗିବା ସହିତ ଯାତ୍ରୀଙ୍କର ଆରାମ ପାଇଁ ସମସ୍ତ ସୁବିଧା କରାଯାଇଛି।

You might also like