ଟ୍ରାଫିକ୍‌ କନ୍‌ଷ୍ଟେବଲ୍‌ଙ୍କ ଦବଙ୍ଗଗିରି

ଅନୁଗୁଳ: ଅନୁଗୁଳରେ ଟ୍ରାଫିକ୍‌ କନଷ୍ଟେବଲଙ୍କ ଦାଦାଗିରି। ଚେକିଂ ବେଳେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ। ସହରର ଥାନା ଛକରେ ଏଭଳି ଘଟଣା ଘଟିଛି।

ଅଭିଯୋଗ ଅନୁଯାୟୀ, ହେଲମେଟ୍ ଚେକିଂ ଚାଲୁଥିବାବେଳେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଇଏନ୍‌ଟି ବିଭାଗରେ କାର୍ଯ୍ୟରତ ଡାକ୍ତର କମଳକାନ୍ତ ଜେନାଙ୍କୁ ଟ୍ରାଫିକ୍ ପୋଲିସ ଅଟାକାଇଥିଲା। ହେଲମେଟ୍ ପିନ୍ଧି ନଥିବାରୁ ଡାକ୍ତରଙ୍କୁ ଧରିଥିଲେ ୨ ଜଣ କନଷ୍ଟେବଲ। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଫାଇନ୍ ଦେବାକୁ ସେ ରାଜି ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ବି କିଛି ଶୁଣି ନଥିଲେ କନଷ୍ଟେବଲ। ୨ ଜଣ କନଷ୍ଟେବଲ ତାଙ୍କୁ ଖରାପ ଭାଷା କହିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। କନେଷ୍ଟବଳଙ୍କ ମାଡ଼ରେ ଡାକ୍ତର ଅାହତ ହୋଇଛନ୍ତି। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

You might also like