ଆଜି ଦ୍ୱିତୀୟ ଦିନ ଲାଗି ଜଗା ଦର୍ଶନ କରୁଛନ୍ତି ପୁରୀବାସୀ

ଆଜି ଦ୍ୱିତୀୟ ଦିନ ପାଇଁ ଜଗା ଦର୍ଶନ କରିବେ ପୁରୀ ବାସିନ୍ଦା

ପୁରୀ: ଆଜି ଦ୍ୱିତୀୟ ଦିନ ପାଇଁ ଜଗା ଦର୍ଶନ କରିବେ ପୁରୀ ବାସିନ୍ଦା। ଆଜି ୪, ୧୩, ୧୬, ୧୮, ୨୦ ନମ୍ବର ୱାର୍ଡ ବାସିନ୍ଦା ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଅନୁମତି ରହିଛି। କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ଥିଲା ମନ୍ଦିର। ମନ୍ଦିର ଖୋଲିବା ପରେ ପର୍ଯ୍ୟାୟକ୍ରମେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ୍ ଧରି ଲାଇନ୍ ଲଗାଇବା ପରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି।

ଧାଡ଼ିରେ ସିଂହଦ୍ୱାର, ବାଇଶିପାହାଚ ଓ ସାତପାହାଚ ଦେଇ ଗର୍ଭଗୃହରେ କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଏସଓପିରେ ଶ୍ରୀକ୍ଷେତ୍ର ବାସୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା। ଏସପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସଙ୍କ ସହ ୨ ଅତିରିକ୍ତ ଏସପି, ୬ ଡିଏସପି ଓ ୯ଜଣ ଇନସଫେକ୍ଟର ମୁତୟନ ରହିଛନ୍ତି।

ସେପଟେ ୯ ମାସର ପ୍ରତୀକ୍ଷାର ଅନ୍ତ। ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ଆଜିଠୁ ଆସନ୍ତା ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ କରାଯାଇଛି ବ୍ୟାରିକେଡ୍। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବେ।

ଏହାପରେ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ୬ ତାରିଖଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପାରିବେ ବୋଲି ପୂର୍ବରୁ କହିଥିଲେ ବିଏମସି କମିଶନର। କରୋନା ପାଇଁ ଦୀର୍ଘ ୯ ମାସ ହେବ ମନ୍ଦିର ବନ୍ଦ ରହିଥିଲା। ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିଥିଲା କଟକଣା।

୬ ତାରିଖ ଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପାରିବେ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପୂର୍ବରୁ କହିସାରିଛନ୍ତି।

ଏପଟେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା।  ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ କେମିତି ସୁରୁଖୁରୁରେ ହୋଇ ପାରିବ, ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ପୋଲିସ ପକ୍ଷରୁ ମକ୍‌ଡ୍ରିଲ୍ ସହ କୋଭିଡ ଗାଇଡ୍ ଲାଇନ୍ ପାଳନର ତଦାରଖ କରାଯାଇଛି ।

ଏସ୍‌ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୯ ଇନ୍ସପେକ୍ଟର ମୁତୟନ ।  ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ହୋଇଛି । କିଓସ୍କରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡ଼ାଯିବ । କିଓସ୍କଗୁଡ଼ିକରେ ପୋଲିସ ମୁତୟନ ରହି ଲୋକଙ୍କୁ ସହଯୋଗ କରିବେ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ କହିଛନ୍ତି ।

ଆଜିିଠୁ ୩୧ ଯାଏଁ ପୁରୀବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି ।  ପ୍ରଥମ ଦିନରେ ୨/୩/୬/୯/ ୧୧/୧୨/ ୧୫ ନମ୍ବର ଓ୍ୱାର୍ଡ ବାସୀ ଦର୍ଶନ କରିଥିବା ନେଇ ମଧ୍ୟ ସୂଚନା ରହିଛି।

ସୂଚନାଥାଉ କି, କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ୯ ମାସ ପାଇଁ ବନ୍ଦଥିଲା। ଚାରି ଦିନ ତଳେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ପାଇଥିଲେ। କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଥିଲା ସ୍ୱତନ୍ତ୍ର ଏସ୍ଓପି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଦର୍ଶନ କରିଥିଲେ। ନିୟମ ଅନୁସାରେ ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

ସେହିଭଳି ଆଜିଠାରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି। ପ୍ରତି ଓ୍ୱାର୍ଡ ବୁଲି ପୌରପାଳିକା ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟା ଯିବ। କେଉଁ ଦିନ କେଉଁ ଓ୍ୱାର୍ଡବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥିର କରି ସାରିଛି। ଜାନୁଆରୀ ୩ରୁ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।

You might also like