ବାଘ ରାସ୍ତାରେ ଅଜଗର, ଦେଖନ୍ତୁ ଆଗକୁ କଣ ଘଟିଲା…

ନୂଆଦିଲ୍ଲୀ: କୌଣସି ପଶୁ ପକ୍ଷୀ ବା ସରୀସୃପକୁ ଦେଖି ବାଘ ସ୍ଥିର ରହିବାର ଆପଣ କେବେ ଦେଖିଛନ୍ତି କି ? କାରଣ ଜଙ୍ଗଲରେ ବାଘର ପତିଆର ବେଶ୍। ସେ କାହାର ଉପସ୍ଥିତିକୁ ସହିପାରେନା। କେବେ କେବେ ବିଶାଳ ଅଜଗର ଓ ବାଘର ମୁହାଁମୁହିଁ ଦୃଶ୍ୟ ଆପଣ ଭିଡିଓରେ ଦେଖିଥିବେ। କିଛି ଭିଡିଓରେ ଆପଣ ଦେଖିଥିବେ ଯେ ବାଘ ଏବଂ ଅଜଗର ସାପ ମଧ୍ୟରେ ଲଢ଼େଇ ଲାଗିଥିବାର ଏବଂ ଶେଷରେ ବାଘ ଅଜଗରର ସାମ୍ନା କରିନପାରି ଜଙ୍ଗଲକୁ ପଳାଇବାର।

ଏହିପରି ଏକ ୪୪ ସେକେଣ୍ଡର ଭିଡିଓ ଭାରତୀୟ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କି ବାଘ ଜାଣିଶୁଣି ବିପଦ ଠାରୁ ଦୂରେଇ ଯାଉଛି ଏବଂ ଅଜଗରକୁ ଯିବାପାଇଁ ଅନୁମତି ଦଉଛି। ସେ ଏହାର କ୍ୟାପସନରେ ବାଘ ଅଜଗରକୁ ଯିବାପାଇଁ ବାଟ ଛାଡ଼ିଛି ବୋଲି ଲେଖିଛନ୍ତି।

ଭିଡିଓଟିରେ ବାଘଟି ବାଟରେ ଯାଉଥିବା ସମୟରେ ଗୋଟିଏ ଅଜଗର ସେହି ବାଟରେ ଅତିକ୍ରମ କରୁଥିଲା। ବାଘଟି ଜାଣିଶୁଣି ତା ସହିତ ଲାଗିନଥିଲା ଏବଂ ତା ଚାରିପାଖରେ ଘୁରି ବୁଲିଥିଲା। ଶେଷରେ ସେ ତାକୁ ଯିବାପାଇଁ ବାଟ ଛାଡ଼ିଦେଇଥିଲା।

ଆହୁରି ପଢ଼ନ୍ତୁ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

‘ସଫଳ ହେବନି ଡ୍ରାଗନର ଚାଲ୍’

ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

୨୪ ଘଣ୍ଟାରେ ଓଡ଼ିଶାରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ‌ ଚିହ୍ନଟ

ଜୀବନ ଜୀବିକା ସନ୍ଧାନରେ ଶ୍ରମିକ; ଭିଟାମାଟି ଛାଡିଲେ ହଜାର ହଜାର ଓଡ଼ିଆ

You might also like