ବଲିଉଡର ଏହି ଅଭିନେତାଙ୍କ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଲାଇଭ ଚାଟ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ବରୁଣ।

ବରୁଣ କହିଛନ୍ତି, ଆମେରିକାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ କରୋନା ପଜିଟିଭ ରିପୋର୍ଟ ଆସିଛି। ପରିବାର ସହ ତାଙ୍କର ଏହି ସମ୍ପର୍କୀୟଙ୍କ ସମ୍ପର୍କ ଅତି ଘନିଷ୍ଠ। ଯେଉଁଥିପାଇଁ ତାଙ୍କ(ବରୁଣ) ପରିବାର ଲୋକଙ୍କଠୁ ଆରମ୍ଭ କରି ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ପୂରା ଚିନ୍ତାରେ।

ବରୁଣ ଆହୁରି କହିଛନ୍ତି, ଯେତେବେଳେ ଆପଣ ଜାଣିଥିବା ଲୋକଙ୍କୁ କୌଣସି ଗମ୍ଭୀର ରୋଗ ହୋଇଥାଏ ସେତେବେଳେ ଯାଇ ଏହାର ଗମ୍ଭୀରତା ସମ୍ପର୍କରେ ବୁଝି ହୋଇଥାଏ। ନ ହେଲେ ପୂର୍ବରୁ ଏ ସମ୍ପର୍କରେ ବୁଝି ହୋଇନଥାଏ। ଏହି ଅବସରରେ ବରୁଣ ସମସ୍ତଙ୍କୁ ଘରେ ରହିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅପିଲ କରିଛନ୍ତି। କାରଣ ଏହା ହିଁ ହେଉଛି ଏହି ମହାମାରୀର ଗୋଟିଏ ମାତ୍ର ଆରୋଗ୍ୟର ଉପାୟ ବୋଲି ବରୁଣ କହିଛନ୍ତି।

You might also like