୨୧ ବର୍ଷିୟା ଆର୍ଯ୍ୟା ରଚିଲେ ଇତିହାସ : ଦେଶର ସର୍ବକନିଷ୍ଠ ମେୟର ହେଲେ ଇଲେକ୍ଟ୍ରିସିଆନଙ୍କ ଝିଅ

କଲେଜ ଷ୍ଟୁଡେଣ୍ଟରୁ ମେୟର୍, ଥିରୁବନ୍ତପୁରମର କମାଣ ସମ୍ଭାଳିବେ ଆର୍ଯ୍ୟା ରାଜେନ୍ଦ୍ରନ୍

ଅଳ୍ପ ବୟସରୁ ବିରଳ ସଫଳତା । ଦେଶର ସବୁଠାରୁ କନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ୍ । ଜାତୀୟ ସ୍ତରରେ ନିଆରା ରେକର୍ଡ଼ । ନିକଟରେ କେରଳର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୨୧ ବର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି ।  ବାମ ଗଣତାନ୍ତ୍ରିକ ମେଣ୍ଟରୁ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ରନ ଥିରୁବନ୍ତପୁରମ୍ ଜିଲ୍ଲାର ମେୟର ହେବେ । ଦଳର ଜିଲ୍ଲା ସମିତି ଓ ରାଜ୍ୟ ସମିତି ତାଙ୍କୁ ସଭ୍ୟପଦକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶୁକ୍ରବାର ସିପିଏମ୍ ଜିଲା ସଚିବ ଏକ ବୈଠକରେ ତାଙ୍କ ନାମକୁ ମେୟର ପଦ ଲାଗି ସୁପାରିସ କରିଛନ୍ତି । ରାଜ୍ୟ କମିଟି ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ଏନେଇ ଶନିବାର ଚୂଡ଼ାନ୍ତ ଘେ।ଷଣା କରାଯିବ ବୋଲି ଜଣାପଡ଼ିଛି।

ଆର୍ଯ୍ୟା ରାଜେନ୍ଦ୍ରନ ଦେଶର ସର୍ବକନିଷ୍ଠ ମେୟର ହେବେ । ଏବେ ଦେଶର ସର୍ବକନିଷ୍ଠ ମେୟର ଆର୍ଯ୍ୟା ରାଜେନ୍ଦ୍ରନଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଆର୍ଯ୍ୟାଙ୍କୁ ମେୟର କରିବାର ନିଷ୍ପତ୍ତି ସିପିଆଇ (ଏମ୍) ଜିଲ୍ଲା ସଚିବାଳୟର ଏକ ପ୍ୟାନେଲ ନେଇଛି । ତେବେ ପ୍ରଥମେ ଏକଥା ଶୁଣିବା ପରେ ବିଶ୍ୱାସ କରିପାରିନଥିଲ ଆର୍ଯ୍ୟା ।  ସେ ଭାବିଲେ କଲେଜର କୌଣସି ବନ୍ଧୁ ତାଙ୍କ ସହ ମଜାକ୍ କରୁଛି । କିନ୍ତୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ)ର ଜିଲ୍ଲା ସଚିବାଳୟରୁ ଫେ।ନ୍ ଆସିବା ପରେ ସେ ପ୍ରକୃତ କଥା ଜାଣିପାରିଥିଲେ । ଥିରୁବନ୍ତପୁରମ୍ ନିଗମର ମେୟର ବିବେଚିତ ହେବା କଥା ଦଳ ତାଙ୍କୁ ଫେ।ନରେ ବୁଝାଇଥିଲେ ।

ବର୍ତ୍ତମାନ ଆର୍ଯ୍ୟା  ଥିରୁବନନ୍ତପୁରମର ଅଲ୍ ସେଣ୍ଟ କଲେଜରେ ଗଣିତରେ ସ୍ନାତକ କରୁଛନ୍ତି । ୮ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ହେବେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରୀ । ସୂଚନା ଅନୁସାର ନିକଟରେ କେରଳରେ ମ୍ୟୁନିସିପାଲ ନିର୍ବାଚନ ଅନୁଷ୍ଠିତ ହେ।ଇଥିଲା । ଏଠାରେ ୧୦୦ ସଂସଦୀୟ ନିଗମରେ ସତ୍ତାରୂଢ଼ ପାର୍ଟି ୫୧ ଟି ସିଟ୍ ହାସିଲ କରିଥିବା ବେଳେ, ଭାଜପାକୁ ମିଳିଛି ମାତ୍ର ୩୫ଟି ସିଟ୍ । ସିପିଏମ୍ ବାମପନ୍ଥୀ ଡ଼େମୋକ୍ରାଟିକ ଫ୍ରଣ୍ଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଥିରୁବନ୍ତପୁରମରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ତେବେ ନିର୍ବଚନ ଫଳାଫଳ ପ୍ରକାଶ ପାଇବା ପେର ଶାସନରେ ଥିବା ଦଳ ପ୍ରଥମ ଥର ପାଇଁ ମେୟର ପଦ ଚୟନ ଲାଗି ଏକ ଚରମ ନିଷ୍ପତ୍ତି ନେଇଥିଲା । ଦଳର ବରିଷ୍ଠ ନେତା ଜମିଲା ଶ୍ରୀଧରନ୍ ଓ ଆଉ ଦୁଇ ଜଣ ଟାଣୁଆ ନେତା ରେସରେ ଥିବା ସତ୍ୱେ, ଦଳ ଯୁବ ନେତା ତଥା ଆର୍ଯ୍ୟା ରାଜେନ୍ଦ୍ରନ୍ ଙ୍କୁ ଦାୟିତ୍ୱ ଦେଇଥିଲା ।

ଆର୍ଯ୍ୟା ରାଜେନ୍ଦ୍ରନ୍ ପରିଷଦରେ ସବୁଠାରୁ କନିଷ୍ଠ ଥିଲେ ସୁଦ୍ଧା, ରାଜନୀତି ତାଙ୍କ ପାଇଁ ନୂଆକଥା ନୁହେଁ । ମାତ୍ର ୬ ବର୍ଷ ବୟସରେ ସେ ସିପିଆଇଏମ ସହ ଜଡ଼ିତ ସଂଗଠନ (ବାଳ ସଂଗମ)ର ସାସଂଦ ବିବେଚିତ ହେ।ଇଥିଲେ । ଆଉ ଏବେ ସେ ଏହାର ପ୍ରଦେଶ ଅଧ୍ୟକ୍ଷ ପଦରେ ଥାଇ ଦାୟିତ୍ୱ ତୁଲାଉଛନ୍ତି । ଏହାସହ ଆର୍ଯ୍ୟା ଏବେ ଷ୍ଟୁଡ଼େଣ୍ଟ୍ ଫେଡ଼େରସନ ଅଫ୍ ଇଣ୍ଡିଆ ଦଳର ଯୁବ ଶାଖା ଅଧିକାରୀ ମଧ୍ୟ ଅଛନ୍ତି ।

ଏକ ମଧ୍ୟମ ପରିବାରରେ ଜନ୍ମିତ ତଥା ଏକ ଛେ।ଟ ଘରେ ରହୁଥିବା ଆର୍ଯ୍ୟାଙ୍କ ବାପା ଜଣେ ଇଲେକ୍ଟ୍ରିସିଆନ୍ ଏବଂ ମା’ ଶ୍ରୀଲତା ରାଜେନ୍ଦ୍ରନ୍ ଜଣେ ଏଲଆଇସି ଏଜେଣ୍ଟ୍ । ଫଳାଫଳ ଆସିବା ପରେ ବେଶ୍ ଖୁସି ଅଛନ୍ତି ଆର୍ଯ୍ୟା ଓ ତାଙ୍କ ପରିବାର ବର୍ଗ । ନିର୍ବାଚନ ପୂର୍ବରୁ ଆର୍ଯ୍ୟା କହିଥିଲେ ଯଦି ନିର୍ବାଚନ ଜିତନ୍ତି, ତାହେଲେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟର  ବିକାଶକୁ ଗୁରୁତ୍ୱ ଦେବେ। ତେବେ ବର୍ତ୍ତମାନ ସର୍ବକନିଷ୍ଠ ମେୟର ବିବେଚିତ ହେବାପରେ ଆର୍ଯ୍ୟା ରାଜେନ୍ଦ୍ରନ୍ କହିଛନ୍ତି, ଦଳ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ ସୁଚାରୁରୂପେ ସମ୍ପର୍ଣ୍ଣ କରିବି । ନୂତନ ଦାୟିତ୍ୱ ସହ ଅଧ୍ୟୟନ ଜାରି ରଖିବେ ବେ।ଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

 

 

You might also like