କିନ୍ନର କାଟିବେ ପାର୍କିଂ ଚାଲାଣ: ଜାଣନ୍ତୁ କେଉଁ ସ୍ଥାନରେ କାଟିବେ ଚାଲାଣ

ପାର୍କିଂ ଚାଲାଣ

ଭୁବନେଶ୍ୱର : ରାଜଧାନୀରେ କିନ୍ନର କାଟିବେ ପାର୍କିଂ ଚାଲାଣ । ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଏରିଆରେ ଚାଲାଣ କାଟିବାକୁ ଅନୁମତି ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ରାଜମହଲ ଛକରେ ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ରାଜମହଲ ଛକଠାରୁ- ମାଷ୍ଟରକ୍ୟାଣ୍ଟିନ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍ ଜଗିବେ କିନ୍ନର ।

ଆଗକୁ ସଂଖ୍ୟା ବୃଦ୍ଧି କରାଯାଇ ମୋଟ ୩୬ ଜଣଙ୍କୁ ଏଥିରେ ସାମିଲ କରାଯିବ। ଏଥିପାଇଁ କିନ୍ନରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଏହାସହ ସେମାନଙ୍କୁ ଆପ୍ରୋନ, ମନିବ୍ୟାଗ, କ୍ୟୁ ଏକ୍ସୋ ମେସିନ୍ ଏବଂ ଆଇକାର୍ଡ ଦିଆଯାଇଛି ।

ଆଗରୁ କିନ୍ନରମାନଙ୍କୁ ସମାଜରେ ଆଡ଼ ଆଖିରେ ଦେଖାଯାଉଥିଲା। ପରେ ରାଜ୍ୟ ସରକାର ସେମାନଙ୍କୁ ଏକ ପାହ୍ୟା ଦେବା ପରେ ରାଜ୍ୟର ବିଭିନ୍ନ ଉନ୍ନତୀମୂଳକ କାମରେ ସାମିଲ ବି କରାଯାଇଥିଲା। ତେବେ ବର୍ତ୍ତମାନ ସେମାନେ ସମାଜର ଏକ ପ୍ରତିଷ୍ଠା ହାସଲ ଲାଗି ଆଗେଇ ଆସିଛନ୍ତି କେବଳ ଏତିକି ନୁହେଁ ବରଂ ଅନେକ କ୍ଷେତ୍ରରେ ତାଙ୍କୁ ନିଯୁକ୍ତି ବି ମିଳିଛି।

ତେବେ ଏହାପୂର୍ବରୁ କିନ୍ନରଙ୍କ ଲାଗି ବିହାର ସରକାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। ନିତିଶଙ୍କ ନିଷ୍ପତ୍ତି ଅନୁସାରେ, ବିହାର ସରକାରଙ୍କ ବଡ ଘୋଷଣା। ଏଣିକି ପୋଲିସ ବିଭାଗରେ ଚାକିରୀ ପାଇବେ କିନ୍ନର। ସିପାହୀ ପଦବୀରେ ସିଧାସଳଖ କିନ୍ନରଙ୍କୁ ଚାକିରି ମିଳିବ ବୋଲି ସୂଚନା ରହିଛି। ତେବେ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ପୋଲିସ ମହାନିରୀକ୍ଷକସ୍ତରୀୟ ପଦାଧିକାରୀଙ୍କ ପାଖରେ ସିପାହୀ ନିଯୁକ୍ତିର କ୍ଷମତା ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ନିତୀଶ ସରକାର।

କେବଳ ଏତିକି ନୁହେଁ ବରଂ ଆଗାମୀ ଦିନରେ କିନ୍ନରଙ୍କ ପାଇଁ ପୋଲିସ ବିଭାଗରେ ସଂରକ୍ଷଣ ବ୍ୟବସ୍ଥା ବି ରଖାଯିବ। ପ୍ରତି ୫୦୦ ପୋଲିସ ପଦବୀ ମଧ୍ୟରେ ଜଣେ କିନ୍ନର ଚାକିରୀ ପାଇବେ ବୋଲି ଜଣାଯାଇଛି। ଶିକ୍ଷାଗତ ଯୋଗ୍ୟତା ସାଧାରଣ ସମାନ ଥିବା ବେଳେ ଶାରୀରିକ ଯୋଗ୍ୟତା ମହିଳା ପ୍ରାର୍ଥୀଙ୍କ ପରି ରହିବ ବୋଲି ସୂଚନା ରହିଛି।

ଏହାସହ କନଷ୍ଟେବଳ କ୍ୟାଡର ପାଇଁ ପ୍ରାର୍ଥୀ ନିଯୁକ୍ତ କରିବାର କ୍ଷମତା ପୋଲିସ ଅଧୀକ୍ଷକ (ଏସପି) ଙ୍କ ପାଖରେ ରହିବ। ଯେଉଁଠାରେ ସବ୍ ଇନ୍ସପେକ୍ଟର (SI) କୁ ନିଯୁକ୍ତ କରିବାର ଅଧିକାର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଡିଜି) ସ୍ତରରେ ରହିବ। ପୋଲିସ୍ ଏବଂ ସବ୍ ଇନ୍ସପେକ୍ଟର କ୍ୟାଡରରେ ପ୍ରତି ୫୦୦ ପୋଷ୍ଟ ମଧ୍ୟରୁ ଗୋଟିଏ କିନ୍ନରଙ୍କ ପାଇଁସଂରକ୍ଷିତ ରହିବ। ଏହି ପୋଷ୍ଟ ପାଇଁ ଏକ ପୃଥକ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ସଂରକ୍ଷିତ ପଦବୀରେ ନିଯୁକ୍ତି କ୍ରମରେ ଯଦି ମନୋନୀତ ପ୍ରାର୍ଥୀଙ୍କ ପଦବୀ ହ୍ରାସ ହୁଏ, ତେବେ ଅବଶିଷ୍ଟ ଖାଲି ପଦଗୁଡିକ ସମାନ ମୂଳ ବିଜ୍ଞାପନର ସାଧାରଣ ପ୍ରାର୍ଥୀଙ୍କଠାରୁ ପୂରଣ ହେବ ବୋଲି ଜଣାପଡ଼ିଛି।

You might also like