ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ଚୋରି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଏହାରି ଭିତରେ ଦିଲ୍ଲୀରେ ଏକ ମଦ ଦୋକାନରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ଦୁର୍ବୃତ୍ତମାନେ ମଦ ଦୋକାନର ଶଟର ଭାଙ୍ଗି ଷ୍ଟକ ରହିଥିବା ସବୁ ମଦକୁ ନେଇ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଦିଲ୍ଲୀର ରୋଶନଆରା ରୋଡ ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ସକାଳେ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମଦ ଦୋକାନର ଶଟର ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏହାପରେ ମଦ ଦୋକାନର ମାଲିକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଏନେଇ ମଦ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ, ପୁଲିସ ସିସିଟିଭି ଫୁଟେଜ ମାଧ୍ୟମରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଖୋଲତାଡ଼ ଆରମ୍ଭ କରିଛି।

You might also like