କି ଯୁଗ ହେଲାରେ ବାବା !! ଶେଷକୁ ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ

ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ

ମଧ୍ୟପ୍ରଦେଶ: ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ। ମାତ୍ର ଦେଢ କୋଟି ଟଙ୍କାରେ ନିଜ ୭ ଜନ୍ମର ସାଥୀକୁ ବିକ୍ରି କରିଦେଲା ସ୍ତ୍ରୀ।ମିଳିଥିବା ସୂଚନା ଅନୁସାରେ, ଏପରି ଘଟଣାଟି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।

ସୂଚନା ଅନୁସାରେ, ଜଣେ ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ..ତାଙ୍କ ବାପା ଚାକିରୀ କରିଥିବା ଅଫିସରେ ନିଜଠୁ ଅଧିକ ବୟସ୍କ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଏହି ଘଟଣା ଜଣାପଡିବା ପରେ ପ୍ରତିଦିନ ଘରେ ଅନେକ ପ୍ରକାର ଅଶାନ୍ତି ହେଉଥିଲା। ତେବେ କେବଳ ଯେ, ଘରେ ଅଶାନ୍ତି ହେଉଥିଲା ତାହା ନୁହେଁ ପାଠ ପଢାରେ ମଧ୍ୟ ଅସୁବିଧା ଦେଖା ଦେଇଥିଲା। ତେଣୁ ଘଟଣାର ସମାଧାନ ନିହାତି ଆବଶ୍ୟକ ଥିଲା।

ତେବେ ଏହି ଘଟଣାକୁ ନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ ମଧ୍ୟ କଲେ। ଅଭିଯୋଗ ପରେ ମାମାଲା ଦାୟର ମଧ୍ୟ ହୋଇଥିଲା। ପରେ କୋର୍ଟ ଉଭୟ ଘଟଣାରେ ସମ୍ପୃକ୍ତ ଥିବା ସ୍ୱାମୀ-ସ୍ତ୍ରୀଙ୍କୁ ସମନ କରିଥିଲେ। କାଉନସେଲିଂରୁ ଜଣାପଡିଥିଲା ଯେ,  ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଉଭୟ ଏକାଠି ରହିବାକୁ ଚାହାନ୍ତି, କିନ୍ତୁ ପତ୍ନୀ ଏହାକୁ ବିରୋଧ କରୁଛନ୍ତି ।

ପରେ ପତ୍ନୀ ଜଣକ କହିଥିଲେ କି ବାହାଘରକୁ ଏତେ ବର୍ଷ ବିତି ଯାଇଥିଲେ ବି ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନାହିଁ। ସେପଟେ, ସ୍ୱୀମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଛି । ତେବେ ଏଭଳି ସମ୍ପର୍କ ଆଗକୁ ବଢ଼ାଇ ଆଉ କିଛି ଲାଭ ନାହିଁ। ପିଲାଙ୍କ ଭବିଷ୍ୟତ ବି ଦେଖିବାର ଅଛି। ପ୍ରତିଦିନ ଏହି ଘଟଣାକୁ ନେଇ ଘରେ କଳି ଲାଗିବା ଅପେକ୍ଷା ଏହାର ସମାଧାନ ବାଟ ଫିଟିଯିବା ସବୁଠାରୁ ଭଲ ହେବ। ତେଣୁ ନିଜ ସ୍ୱାମୀକୁ ଅନ୍ୟ ଜଣଙ୍କ ହାତରେ ଟେକି ଦେବାକୁ ସେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାପୂର୍ବରୁ କିଛି ସର୍ତ୍ତ ରଖିଥିଲେ ସମ୍ପୃକ୍ତ ମହିଳା।

ସୂଚନା ଅନୁସାରେ, ମହିଳା ଜଣକ କହିଥିଲେ ଯେ, “ସ୍ୱାମୀ ମୋର। ସାତଜନ୍ମ ଏକାଠି ହୋଇ ରହିବୁ ବୋଲି ଅଗ୍ନିଙ୍କୁ ସାକ୍ଷୀ ରଖି ବିବାହ କରିଥିଲୁ। ଏହାପରେ ସଂସାର କଲୁ। କିନ୍ତୁ ସ୍ୱାମୀ ଅନ୍ୟ ମହିଳାଙ୍କ ସମ୍ପର୍କ ରଖିଲେ।  କିନ୍ତୁ ମୋର ୨ ଝିଅ ପାଢ ପଢିବେ କେମିତି? ତେଣୁ ସ୍ୱାମୀ ଯେଉଁ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି ସେ ତାଙ୍କ ନାଁରେ ଥିବା ଘର ଓ ଟଙ୍କା ମୋ ନାମରେ ରଖନ୍ତୁ। ଏହା କରିବା ପରେ ହିଁ ସ୍ୱାମୀ ତାଙ୍କ ସହ ରହିଲେ ମୋର କୌଣସି ଅସୁବିଧା ହେବ ନାହିଁ”। ତେବେ ମହିଳାଙ୍କର ଏହି କଥାରେ ସ୍ୱାମୀ ଓ ଅନ୍ୟ ମହିଳା ଜଣକ ରାଜି ହୋଇଯାଇଥିଲେ। ମୋଟ ଉପରେ କହିବାକୁ ଗଲେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଧରିଛି।

You might also like