• translate
Odishatv Bureau

ଭୁବନେଶ୍ୱର : ସାରା  ଦେଶରେ କରେ।ନା ଟିକାକୁ ନେଇ ଅନିଶ୍ଚିତତା  ଲାଗି ରହିଛି । ତେବେ କରେ।ନା ଟିକା ଆସିବା ପୂର୍ବରୁ ନିଜ ନିଜ  ରାଜ୍ୟକୁ ଟିକା ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଜେ।ରଦାର ଦାବି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, କେ।ଭିଡ ଟିକା ନେଇ ପ୍ରଧାନମନ୍ତ୍ରୀ  ଡାକିଥିବା ସର୍ବଦଳୀୟ ବୈଠକରେ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡି ଦାବି କରିଛି ।

ତେବେ ଏହି ବୈଠକରେ ବିଜେଡି ପକ୍ଷରୁ ୨ଟି ପ୍ରସ୍ତାବ ଦିଆଯାଇଥିଲା। ଦୁଇଟି ପ୍ରସ୍ତାବ ମଧ୍ୟରେ ମୁଖ୍ୟତଃ ଜାତୀୟ ସ୍ତରରେ ତୃଣମୂଳ ସ୍ତରରୁ ଡାଟାବେସ ପ୍ରସ୍ତୁତ କରିବା ସହ ଟିକାକୁ ନେଇ ଜାତୀୟ ସ୍ତରରେ ଯେଉଁ ନିଷ୍ପତ୍ତି ହେ।ଇଛି ସେହି ଅନୁସାରେ ଟିକା ଦେବାକୁ ପ୍ରସ୍ତାବ ଦେଇଛି ବିଜେଡି । ଏହାସହ ଟିକା ପ୍ରସ୍ତୁତକାରୀ ସଂସ୍ଥା ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଯେଉଁ ଷ୍ଟାଟସ ପାଇଥିଲେ ସେ ସମ୍ପର୍କରେ ବୈଠକରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ବେ।ଲି ସୂଚନା ଦେଇଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକା ବଂଟନ ପାଇଁ କେନ୍ଦ୍ର ସରକାର ଯେଉଁ ଟାକ୍ସଫେ।ର୍ସ ଗଠନ କରିବାକୁ ନିର୍ଦେଶ ଦେଇଥିଲେ ତାହା ମଧ୍ୟ ସଂପୂର୍ଣ୍ଣ କର।ଯାଇଥିବା ସାଂସଦ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି ।

Other Stories