ଆୟୁଷ ଡାକ୍ତରଙ୍କ ସମ୍ପର୍କରେ ବଡ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ପ୍ରତ୍ୟେକ ଦିନ କିଛି ନା କିଛି ଖବର ପ୍ରକାଶିତ ହେଉଛି । କରୋନା ଟିକା କେବେ ଆସିବ ଓ ଆସିଲେ କାହାକୁ ଦିଆଯିବ ସେନେଇ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଲୋକମାନଙ୍କୁ କରୋନା ମୁକାବିଲା ପାଇଁ ଟାବଲେଟ ଏବଂ ମିଶ୍ରଣ ପ୍ରଦାନ କରିବା ପାଇଁ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନଙ୍କୁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ତେବେ କେବଳ ଯୋଗ୍ୟ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନେ ହିଁ କୋଭିଡ୍‌-୧୯ ଇମ୍ୟୁନିଟି ବୁଷ୍ଟର୍ ଭାବେ ସରକାରୀ ଅନୁମୋଦିତ ଟାବଲେଟ ଏବଂ ମିଶ୍ରଣ ଦେଇପାରିବେ ବୋଲି ନିଜ ରାୟରେ ସ୍ପଷ୍ଟ କରିଛନ୍ତି ସୁପ୍ରିମ୍‌କୋର୍ଟ । କେବଳ ଏତିକି ନୁହେଁ ବରଂ ଏହି ଔଷଧକୁ ନେଇ ଡାକ୍ତରମାନେ ବିଜ୍ଞାପନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

 

You might also like