ଧରାବତରଣ କଲେ ପ୍ରଭୁ ଯୀଶୁ, କରୋନା କଟକଣା ମଧ୍ୟରେ ପାଳନ ହେଉଛି ବଡଦିନ

ଧରାପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ।

ଭୁବନେଶ୍ୱର:  ଧରାପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଆଜି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ମେରୀଙ୍କ କୋଳ ମଣ୍ଡନ କରିଛନ୍ତି ।ଯେଉଁ ଦିବ୍ୟ ମୁହୂର୍ତ୍ତକୁ ଅନେଇ ବସିଥିଲେ ଖ୍ରୀଷ୍ଟ ଧର୍ମାବଳମ୍ବୀ ସେହି ସମୟ ଆସି ପହଞ୍ଚିଥିଲା। କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ଏଥର ନଥିଲା ସେହି ସରାଗ । କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚ ବନ୍ଦ ଥିବାରୁ କେବଳ ଆବଶ୍ୟକ ପରିମାଣ ଲୋକଙ୍କୁ ନେଇ ଉତ୍ସବ ପାଳନ ହୋଇଛି।

ସେହିପରି କରୋନା କଟକଣା ଥିବରୁ ଆଜି ବି ଲୋକେ ଏକତ୍ରିତ ହେବା ଉପରେ ରୋକ ଲାଗିଛି । ସେପଟେ ବଡ଼ଦିନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। କନ୍ଧମାଳ, ସୁନ୍ଦରଗଡ଼ ସମେତ ଅନ୍ୟ ଜିଲ୍ଲାରେ ପୋଲିସ୍ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି।

ଆଜି ପବିତ୍ର ବଡ଼ଦିନ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରାବତରଣ କରିଛନ୍ତି। ଏହି ଅବସରରେ ଚାରିଆଡ଼େ ଉତ୍ସବ ମୁଖର। ଏଥିସହ ସୁନ୍ଦର ଆଲୋକମାଳାରେ ଚର୍ଚ୍ଚ ଝଲସୁଛି।

କରୋନା କଟକଣା ମଧ୍ୟରେ ଆଜିର ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଚଳଚଞ୍ଚଳ ହୋଇ ଉଠିଛି।

କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ଖ୍ରୀଷ୍ଟମାସ୍‌ ଟ୍ରି ସଜାଇ କ୍ୟାରୋଲ୍‌ ଗାନ କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ଲୋକେ। ଖ୍ରୀଷ୍ଟମାସ୍‌ ଅବସରରେ ଚର୍ଚ୍ଚ ଗୁଡିକରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଛି।

କଟକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚରେ ମଧ୍ୟ ବଡଦିନ ଉତ୍ସବ ପାଳନ ହୋଇଛି। ଯୀଶୁଙ୍କ ଜନ୍ମଦିନ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ପ୍ରାର୍ଥନା କରିଥିଲେ। କ୍ୟାରୋଲ୍‌ ଗାନ କରି ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀ ପରସ୍ପରକୁ ଖ୍ରୀଷ୍ଟମାସ୍‌ର ଶୁଭେଚ୍ଛା ଜଣାଇଛନ୍ତି।

ଷ୍ଟିଲ୍‌ସିଟି ରାଉରକେଲାରେ ମଧ୍ୟ ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ। ଖ୍ରୀଷ୍ଟମାସ୍‌ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଉରକେଲା ହମିରପୁର କ୍ୟାଥୋଲିକ୍ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସେପଟେ କନ୍ଧମାଳରେ ମଧ୍ୟ ଧୁମ୍‌ଧାମ୍‌ରେ ପାଳିତ ହେଉଛି ଖ୍ରୀଷ୍ଟମାସ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ତେବେ ଚଳିତବର୍ଷର ଖ୍ରୀଷ୍ଚମାସକୁ ଫିକା କରିଦେଇଛି କରୋନା କଟକଣା। ଚର୍ଚ୍ଚରେ ନା ଗତବର୍ଷମାନଙ୍କ ଭଳି ସାଜସଜ୍ଜା ହୋଇଛି ନା ଲୋକଙ୍କ ଗହଳି ଚହଳି ଜମିଛି। ଅଧିକାଂଶ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନ ଉତ୍ସବ ପାଳନ ହେବ ନାହିଁ। କଟକଣା ମଧ୍ୟରେ ସମୂହ ପ୍ରାର୍ଥନା କରାଯିବ।

ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶଖ୍ରୀଷ୍ଟ। ବଡ଼ଦିନ ପର୍ବ ପାଳିବାକୁ ଏବେଠୁ ହିଁ ଚର୍ଚ୍ଚରେ ଜମିଥାନ୍ତା ଭିଡ଼। ଶ୍ରଦ୍ଧାଳୁଙ୍କ ଆଗମନରେ ଉଠିଥାନ୍ତା ପଡିଥାନ୍ତା ଗୀର୍ଜା। ହେଲେ ସବୁଠି ଖାଁ ଖାଁ ପରିବେଶ। ନା ଚର୍ଚ୍ଚରେ ଭିଡ଼ ଅଛି ନା କିଛି ସାଜସଜ୍ଜା ହୋଇଛି।

ଭୁବନେଶ୍ୱର ସତ୍ୟନଗର କ୍ୟାଥଲିକ ଚର୍ଚ୍ଚରେ କେବଳ ନାଁକୁ ମାତ୍ର ଗୁହାଳଟିଏ କରାଯାଇଛି। ରାତି ୧୨ଟାରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ଉପରେ କଟକଣା ଲଗାଯାଇଥିଲା। ଆଜି କେବଳ ସମୂହ ପ୍ରାର୍ଥନା କରାଯିବ।

କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଅନୁମତି ଦେଇନଥିବାରୁ କ୍ୟାଣ୍ଟନମେଣ୍ଟ ରୋଡ୍ କ୍ୟାଥଲିକ୍ ଚର୍ଚ୍ଚରେ ତାଲା ଝୁଲୁଛି। ଏଠିବି ଆଜି ସକାଳେ କେବଳ ପ୍ରାର୍ଥନା କରାଯିବ। ବଡ଼ଦିନ ମଉଜକୁ ଫିକା କରିଦେଇଛି କରୋନା କଟକଣା। ବନ୍ଧୁବାନ୍ଧବ ଆସୁନଥିବାରୁ ଘରେ ମଧ୍ୟ ଉତ୍ସାହ ନାହିଁ।

କନ୍ଧମାଳରେ କରୋନା ପାଇଁ ନିରବତା ଦେଖିବାକୁ ମିଳିଛି। ଏଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ ମଦର ମେରୀ। ଶିଶୁ ଯୀଶୁ ଏବଂ ଗୁହାଳ ପ୍ରସ୍ତୁତ ହୋଇ ରହିଛି। ହେଲେ ସ୍ୱାଗତ କରିବାକୁ ଚର୍ଚ୍ଚରେ ଜମିବନି ଭିଡ଼। କରୋନା କଟକଣା ଭିତରେ କନ୍ଧମାଳରେ ଏମିତି ପାଳନ ହେବ ବଡ଼ଦିନ। ଏଥିପାଇଁ ଉଭୟ କ୍ୟାଥଲିକ ଓ ବାପ୍ଟିଷ୍ଟ ଚର୍ଚ୍ଚରେ କରାଯାଇଛି ପ୍ରସ୍ତୁତି।

You might also like