ଟିକାକରଣର ପଞ୍ଚମ ଦିନରେ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଅଧିକ ଟିକା ଦେବାକୁ ରହିଛି ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟ ଟିକାକରଣର ପଞ୍ଚମ ଦିନରେ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ୪୩୬ଟି ସେସନରେ ୩୭ ହଜାର ୭୬ ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୬୮ ହଜାର ୭୪୩ ଜଣଙ୍କୁ ଟିକାକରଣ କରାଗଲାଣି।

ଗତକାଲି ୯୩ଟି ସେସନ୍ କରି ୭ ହଜାର ୯୪୬ ଜଣଙ୍କୁ ଟିକା ଦିଆଯାଇଛି। ଯାହା ୮୯ ପ୍ରତିଶତ ଭୁବନେଶ୍ୱରରେ ୧୭ଟି ସେସନରେ ୧୬୭୪ ଜଣଙ୍କୁ ଟିକାକରଣ ହୋଇଛି। ଗତକାଲି କେଉଁଠି ବି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇନି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ତେବେ ଆସନ୍ତା ସପ୍ତାହରେ କୋଭାକ୍ସିନର ଅଧିକ ଡୋଜ୍ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।

ସେପଟେ ଏବେ ମନାକଲେ ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ଏବେ କିଛି  ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି ।  ବର୍ତ୍ତମାନ  ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକା ନେବାକୁ ମନାକଲେ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ,  ହୁଏତ ସେମାନଙ୍କୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଟିକା କିଣିବାକୁ ପଡ଼ିବ  । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଟିକାକରଣର ସଫଳ ହୋଇଛି ।

ଏପଟେ, ପ୍ରଥମ ଡୋଜ୍‌ ପାଇଁ ଯଦି ଜଣେ ଗୋଟିଏ ସ୍ଥାନରେ ପଞ୍ଜୀକରଣ କରିଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି ସେଠି ତାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲିଛି। ୧୬ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆ ହୋଇଛି। ୧୩ଟି ଜିଲ୍ଲାରେ ଶତପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କୁ ଟିକା ଦିଆଯାଇ ନାହିଁ ସେମାନଙ୍କୁ ପୁଣି ଥରେ ଟିକା ଦେବାର ବ୍ୟବସ୍ଥା ହୋଇଥିବା ନେଇ ସୂଚନା ରହିଛି। ତେବେ ଟିକାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

You might also like