ନିଜ ଝିଅ ସହ ୭ ବର୍ଷ ହେଲାଣି ଦୁଷ୍କର୍ମ କରୁଥିଲା ବାପା

ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା

ଚଣ୍ଡୀଗଡ଼: ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ପବିତ୍ର ସମ୍ପର୍କକକୁ ଭୁଲିଗଲା, ନିଜ ଝିଅକୁ ଦୁଷ୍କର୍ମ କଲା। ତେବେ ଲୋମହର୍ଷଣକାରୀ ଘଟଣା ଚଣ୍ଡୀଗଡ଼ରେ ଘଟିଥିବା ନେଇ ସୂଚନା ରହିଛି। ଥରେ ନୁହେଁ କି ୨ ଥର ନୁହେଁ ବରଂ ୭ ବର୍ଷ ହେଲା ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପା। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଜୋର ଧରିଛି।

ବାପ ନୁହେଁ ତ ମଣିଷ ରୂପୀ ରାକ୍ଷସ। ବାପ-ଝିଅର ପବିତ୍ର ସମ୍ପର୍କରେ ଲଗାଇଦେଲା ଦାଗ। ସୂଚନା ଅନୁସାରେ, ନିଜର ନାବାଳିକା ଝିଅକୁ ଦୀର୍ଘ ୭ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା। କେବଳ ଦୁଷ୍କର୍ମ କରୁଥିଲା ତାହା ନୁହେଁ ବରଂ ବାରମ୍ବାର ତାକୁ ଗର୍ଭବତୀ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୂରା ମାମଲା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଅଭି​‌ଯୋଗ ଅନୁସାରେ, ତାଙ୍କ ସହ ୭ ବର୍ଷ ହେଲା ଦୁଷ୍କର୍ମ କରୁଥିଲା ନିଜ ବାପା। ଏହାସହ ଦୁଷ୍କର୍ମର ପ୍ରତିବାଦ କରିଲେ ମାରିବାର ଧମକ ବି ଦେଉଥିଲା ବାପା। କେବଳ ତାଙ୍କ ସହ ନୁହେଁ ବରଂ ତାଙ୍କର ୧୧ ବର୍ଷୀୟା ସାନ ଭଉଣୀ ସହ ବାପା ଦୁଷ୍କର୍ମ କରୁଥିବା ନେଇ ଥାନାରେ ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି।

ଏପରି ସାଙ୍ଘାତିକ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପାଖରୁ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ତେବେ ବର୍ତ୍ତମାନ ସମୟରେ ପୀଡ଼ିତା ଜଣକ ନାବାଳିକା ତେଣୁ ପୋସ୍କୋ ଆକ୍ଟରେ ବି ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ମାମଲା ସମ୍ପର୍କରେ ପଚରା ଉଚରା ଜାରି ରହିଥିବା ଜଣାପଡ଼ିଛି।

କହିବାକୁ ଗଲେ ଦେଶରେ ଦୁଷ୍କର୍ମ ପରି ମାମଲା ବଢି ବଢି ଚାଲିଥିବା ବେଳେ ଏପରି ଘଟଣା ଦେଶକୁ ଦୋହଲାଇ ଦେଇଛି। କାରଣ ଯିଏ ଦିନେ ଜନ୍ମ କରି କୋଳେଇ କାଖେଇ ହାତ ଧରି ରାସ୍ତା ଚାଲିବାର ସାହାରା ପାଲଟିଥିଲା ସେ ନିଜେ ନିଜ ଝିଅର ଇଜ୍ଜତକୁ ଲୁଟ୍ କଲା। ତେବେ ଏପରି ବାପା କାହାକୁ ନମିଳୁ ବୋଲି ଅନେକ କହିବା ସହ ଦୋଷୀଙ୍କୁ କଡ଼ାଦଣ୍ଡ ଦେବା ଲାଗି ଦାବି କରିଛନ୍ତି।

କିଛିଦିନ ତଳେ ରାଜସ୍ଥାନ ପରେ ପୁଣି ଏକ ଅତ୍ୟାଚାରର ଛାତିଥରା ଘଟଣା ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାରେ ଘଟିଥିଲା। ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ୫ ଦିନ ମଧ୍ୟରେ ୩ ଥର ଅପହରଣ ସହ ୯ ଜଣ ବ୍ୟକ୍ତି ସମ୍ପୃକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ପୋଲିସ୍‌ ସୂଚନା ଅନୁସାରେ, ଜାନୁଆରୀ ୪ରେ ନାବାଳିକାଙ୍କୁ ଜଣେ ଯୁବକ ତାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିଲେ। ଯୁବକ ଜଣକ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲେ। ଖାଲି ଏତିକି ନୁହେଁ ୨ ଦିନ ଯାଏ ସମ୍ପୃକ୍ତ ଯୁବକଙ୍କ ଆଉ ୬ଜଣ ସାଙ୍ଗମାନେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଜାନୁଆରୀ ୫ରେ ନାବାଳିକାଙ୍କୁ ଛାଡ଼ିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ଧମକଚମକ ଦେଇଥିଲେ। ଯଦି ଘଟଣା ସମ୍ପର୍କରେ ସେ କାହାକୁ ବି କୁହନ୍ତି ତା’ହେଲେ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଅଭିଯୁକ୍ତମାନେ ନାବାଳିକାଙ୍କୁ ଧମକ ଦେଇଥିଲେ। ଫଳରେ ଭୟଭୀତ ହୋଇ ନାବାଳିକା ଜଣକ ପୋଲିସ୍‌ରେ ଅଭିଯୋଗ କରିନଥିଲେ। ତେବେ ଦେଶରେ ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ଏବେ ଚିନ୍ତାରେ ବୁଦ୍ଧିଜୀବୀ।

 

You might also like