ଦକ୍ଷିଣ କାଶ୍ମୀରରେ ଆତଙ୍କୀ ଆକ୍ରମଣ; ୨ ଯବାନ ସହିଦ

ନୂଆଦିଲ୍ଲୀ:ଦକ୍ଷିଣ କାଶ୍ମୀରର ପମ୍ପୋରରେ ପୁଣି ଆତଙ୍କୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏଥିରେ ଆଉ ୩ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଆକ୍ରମଣ ପରେ ଏହି ଆତଙ୍କୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି।

ମିଳିଥିବା ତଥ୍ୟ ଅନୁସାରେ, ଦକ୍ଷିଣ କାଶ୍ମୀରର ପମ୍ପୋର ଇଲାକାରେ ପୁଣି ଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଥିଲେ। ପମ୍ପୋର କାନ୍ଧିଜଳ ବ୍ରିଜ ଉପରେ ସିଆରପିଏଫର ୧୧୦ ବାଟାଲିଅନ ଏବଂ ଜମ୍ମୁ-କାଶ୍ମୀର ପୋଲିସର ଯବାନ ଡିଉଟି କରୁଥିଲେ। ଏହି ସମୟରେ ଆତଙ୍କୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ।  ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିଲେ।

 

 

 

You might also like