ଏମିତି ମନ୍ଦିର ଯେଉଁଠି ମହିଳାଙ୍କୁ ବାରଣ; ବିଧାୟିକା ଦର୍ଶନ କରିବାରୁ ଗଙ୍ଗାଜଳରେ ଧୁଆହେଲା ମନ୍ଦିର
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହମୀରପୁର ଅଂଚଳରେ ଥିବା ଏକ ପୁରୁଣା ମନ୍ଦିର ଭିତରକୁ ଜଣେ ବିଧାୟିକା ପଶିବା ଓ ପରେ ଠାକୁର ମାରା ହୋଇଗଲେ କହି ମନ୍ଦିରକୁ ଗଙ୍ଗାଜଳରେ ଶୋଧନ କରାଯିବା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ଦେଶରେ ନାରୀକୁ ଲକ୍ଷ୍ମୀ କହନ୍ତି ସେହି ଦେଶରେ ଏମିତି ଏକ ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି।
ରାଠି ବିଧାନସଭା ମଣ୍ଡଳର ବିଧାୟିକା ମନୀଷା ଅନୁରାଗୀ ଗତ ଜୁଲାଇ ୧୨ ତାରିଖରେ ହମୀରପୁର ଜିଲ୍ଲାର ଧୁମ୍ର ଋଷି ଅଂଚଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ମୁସ୍କରାର ଖୁର୍ଦ ଗାଁରେ ଥିବା ଧୁମ୍ର ଋଷି ମନ୍ଦିର ଦର୍ଶନ କରିଥିଲେ। ଏହି ମନ୍ଦିରକୁ ମହିଳାଙ୍କ ପ୍ରବେଶ ବାରଣ ଥିବାରୁ ବିଧାୟିକାଙ୍କ ଦର୍ଶନ ପରେ ମନ୍ଦିର ଅପବିତ୍ର ହୋଇଯାଇଛି ବୋଲି କୁହାଯାଇଥିଲା । ପରେ ପରେ ଏହି ମନ୍ଦିରକୁ ଗଙ୍ଗାଜଳରେ ଧୂଆପୋଛା କରିବା ପରେ ଦିଅଁକୁ ପବିତ୍ର କରିବାକୁ ଆହ୍ଲାବାଦ ପଠାଯାଇଥିଲା।
ମନ୍ଦିରର ପୂଜକଙ୍କ କଥା ଆହୁରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସେ କହିଛନ୍ତି ଯେ, ‘ମୁଁ ଅନୁପସ୍ଥିତ ଥିବା ବେଳେ ଏଭଳି ଘଟଣା ଘଟିଲା । ନ ହେଲେ ତାଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥାନ୍ତି।’
ସେପଟେ ବିଧାୟିକା କହିଛନ୍ତି, ‘ ମୁଁ ଆସିବା ପରେ ମନ୍ଦିରକୁ ଗଙ୍ଗା ଜଳରେ ଧୁଆ ଯାଇଥିବା କୁହାଯାଉଛି। ଏହେ ଯଦି ସତ୍ୟ ହୋଇଥିବ ତେବେ ଏହା ନାରୀ ଜାତି ପାଇଁ ଅପମାନ ।’
source; ANI UP
A temple in Hamirpur was purified with ‘Gangajal’ &statues of deities were sent to Allahabad for purification after Manisha Anuragi, a BJP MLA visited the temple on July 12. The MLA says,”It’s an insult to women if such things have happend. These are deeds of half-witted people.” pic.twitter.com/hO3pUQgZGl
— ANI UP (@ANINewsUP) 30 July 2018