ଆତଙ୍କୀ ଆକ୍ରମଣରେ ଟଳିବା ପୂର୍ବରୁ ମହିଳାଙ୍କ ଶେଷ କଥା-‘ମୋ ପିଲାଙ୍କୁ କହିଦେବ…..

ନୀସ୍‌‌: ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକାନ ଧାର୍ମିକ ଚରମପନ୍ଥୀଙ୍କ ବିରୋଧରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୀସ ସହରର ଏକ ଚର୍ଚ୍ଚରେ ଏକ ଛୁରୀରେ ଜଣେ ଆତଙ୍କୀ ୩ ଜଣଙ୍କୁ ହତ୍ୟା କରିବା ପରେ ଇମେନୁଏଲ ଏହି ବୟାନ ଦେଇଛନ୍ତିି । ଦେଶରେ ଚଳିତ ମାସରେ ଏହା ୨ୟ ଆକ୍ରମଣ । ରାଷ୍ଟ୍ରପତି ଏହାକୁ  ମୁସଲିମ୍‌ ଆତଙ୍କ ବୋଲି ଅଭିହିତ କରିଛନ୍ତି। ଫ୍ରାନ୍ସ ଏହି ମୂଲ୍ୟ ଉପରେ ହାର ମାନିବେ ନାହିଁ ବୋଲି ସେ କହିଛନ୍ତିି ।

ଦକ୍ଷିଣ ସହରର ଏକ ଚର୍ଚ୍ଚରେ ଗୁରୁବାର  ଟ୍ୟୁନିଶିୟା ନିବାସୀ ୩୦ ସେମି ଲମ୍ବର ଏକ ଛୁରୀ ଦେଖାଇ ସମସ୍ତଙ୍କୁ ଭୟଭୀତ କରିଥିଲା। ସେ ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ଲୋକଙ୍କୁ ଟାର୍ଗେଟ କରିଥିଲା
ଏହି ଆତଙ୍କୀ ଆକ୍ରମଣରେ ୬୦ ବର୍ଷର ଜଣେ ମହିଳା ଚର୍ଚ୍ଚ ଭିତରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ନିକଟରେ ଚଟାଣ ଉପରେ ୫୫ ବର୍ଷୀୟ ଚର୍ଚ୍ଚ କର୍ମଚାରୀଙ୍କ ଲାଶ୍‌ ମଧ୍ୟ ପଡ଼ିଥିଲା । ତାଙ୍କର ମଧ୍ୟ ଗଳା କାଟି ଦେଇଥିଲେ ଆତଙ୍କୀ ।

ଏହି ଆକ୍ରମଣରେ  ଜଣେ ୪୪ ବର୍ଷୀୟ ବ୍ରାଜିଲିୟନ ମହିଳା ଆତଙ୍କୀଙ୍କ କବଳରୁ ବର୍ତ୍ତିବା ପାଇଁ ଏକ ରେଷ୍ଟୁରାଣ୍ଟ ଭିତରକୁ ପଶି ଯାଇଥିଲେ । ହେଲେ ବର୍ତ୍ତି ପାରି ନ ଥିଲେ । ତାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇଥିଲା ଫ୍ରେଞ୍ଚ କେବୁଲ ଚାନେଲ ବିଏଫଏମ୍ ଅନୁସାରେ ମୃ୍‌ତ୍ୟୁ ପୂର୍ବରୁ ମହିଳା ବାରମ୍ବାର କହୁଥିଲେ, ‘ମୋ ପିଲାମାନଙ୍କୁ କହିବ, ମୁଁ ସେମାନଙ୍କୁ ବହୁତ ଭଲ ପାଏ ।‘

ଜୁଡିସିଆଲ ସୂତ୍ର ଅନୁସାରେ, ଯେଉଁ ଆକ୍ରମଣକାରୀ ପୋଲିସ ଗୁଳିରେ ଆହତ ହେଇଛି ତାହାକୁ ଚିହ୍ନଟ କରାଯାଇଛି । ୨୧ ବର୍ଷୀୟ ଏହି ଆତଙ୍କୀଙ୍କ ନାମ ବ୍ରାହିମ୍‌ ଓଇସ୍ମୋଇ । ସେ ଗତ ମାସରେ ଇଟାଲିରୁ ଆସିଥିଲା ଏବଂ ସେଠାରୁ ଫ୍ରାନ୍ସ ଆସିଥିଲା । ବ୍ରାଇମ ପାଖରେ କୋରାନ ଥିଲା ଏବଂ ତିନୋଟି ଖଣ୍ଡା ଥିଲା । ପୋଲିସ ଯେତେବେଳେ ତା ଉପରକୁ ଗୁଳି ଚଳାଇଲା ଏବଂ ସେ ଗମ୍ଭୀର ଭାବେ ଆହତ ହୋଇଗଲା ସେତେବଳେ ସେ ‘ଆଲ୍‌୍‌ହା ଓ ଆକବର’ ବୋଲି କହିଥିଲା ।

You might also like