ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ଅଭିଯୋଗ କରିବାରୁ ମାଡ଼

ବୌଦ୍ଧ: ଗ୍ରାମାଞ୍ଚଳରେ ପିଲାଙ୍କୁ ସରକାରୀ ସ୍କୁଲ ମୁହାଁ କରିବାକୁ ପ୍ରଣୟନ ହେଉଛି ବହୁ ଯୋଜନା। ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ସହ, ପୋଷାକ, ପୁସ୍ତକ, ସାଇକେଲ ଆଦି ପ୍ରଦାନ କରାଯାଉଛି। ହେଲେ ମଧ୍ୟାହ୍ନ ଭୋଜନର ମାନ ନିମ୍ନମାନର ରହୁଥିବା ବହୁ ସମୟରେ ଅଭିଯୋଗ ହେଉଛି।  କେଉଁଠି  ଖାଦ୍ୟରୁ ଝିଟିପିଟି ବାହାରୁଛି ତ କେଉଁଠି ଚୁଟି। ଆଉ ଏହାର ଅଭିଯୋଗ କଲେ ଛାତ୍ରଛାତ୍ରୀ ଖାଉଛନ୍ତି ନିର୍ଧୂମ ମାଡ। ଏପରି ଏକ ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍‌ର ମହକୁଡ଼ପାଲି ପ୍ରାଥମିକ ବିଦ୍ୟାଳୟରେ  ଘଟିଛି।

ଅଭିଯୋଗ ଅନୁସାର, ଗତକାଲି ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଭାତରୁ ଚୁଟି ବାହାରିଥିଲା।  ଏନେଇ ୨ ଛାତ୍ରୀ ଅଭିଯୋଗ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜସ୍ମିନ୍ କୌଶଳ ନାମ୍ନୀ ଶିକ୍ଷୟତ୍ରୀ ସେମାନଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ଜଣେ ଛାତ୍ରୀ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ସମ୍ପର୍କରେ ସମ୍ପୃକ୍ତା ଛାତ୍ରୀ ଓ ତାଙ୍କ ପରିବାର ଲୋକେ ବୌଦ୍ଧ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଛାତ୍ରୀମାନେ ଅଭିଯୋଗ କରିବା ସହ ସ୍କୁଲରେ ପାଟି କରିଥିଲେ। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ବୌଦ୍ଧ ଜିଲା ଶିକ୍ଷାଧିକାରୀ କରୁଣାକର ଭୋଇ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like