କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ବିଦେଶରେ ପିପୁଲସ୍ ଚଏସ୍ ଆୱାର୍ଡ ପାଇଲେ ଓଡ଼ିଆ ଅଫିସର

ଭୁବନେଶ୍ୱର: ବିଦେଶରେ ପୁଣି ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ।  ମାସ୍କକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟିନ୍ ଇମେଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ର ପିପୁଲସ୍ ଚଏସ୍ ଆୱାର୍ଡ ପାଇଛନ୍ତି ଓଡ଼ିଶାର ଜଣେ ପ୍ରଶାସନିକ ଅଧିକାରୀ।

ବ୍ରହ୍ମପୁରର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଡ. ଶ୍ୱେତ କୁମାର ଦାସ ମାସ୍କ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଗରିବ ଘରର ପାଠ ପଢ଼ୁଆ ପୁଅଟିଏ। ରାତିରେ ମାଆ ମାସ୍କ ସିଲାଇ କରିବା ପରେ ସକାଳେ ତାହାକୁ ବୁଲି ବୁଲି ବିକ୍ରି କରେ । ସେଥିରୁ ଯାହା ପଇସା ମିଳେ ସେଥିରେ ଘରର ଚୁଲି ଜଳେ। ମାସ୍କ ପିନ୍ଧି ନଥିବା ଜଣେ କାର ମାଲିକଙ୍କୁ ସେ ମାଗଣାରେ ୩ଟି ମାସ୍କ ଦେଇ ନିଜେ ସୁରକ୍ଷିତ ରହିବା ସହ ଦେଶକୁ ସୁରକ୍ଷିତ ରଖିବାକୁ ଉପଦେଶ ଦେଇଛି। ୭ମିନିଟ ଅବଧିର ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ମାସ୍କର ଗୁରୁତ୍ୱକୁ ଦର୍ଶାଯାଇଛ।

ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଦେଶରେ ବେଶ ପ୍ରଶଂସା କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ଶ୍ୱେତ ଦାସଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like