ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କଟକ: ଡନ୍ ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ। ବିଡ଼ାନାସୀ ଥାନାର ଦୁଇଟି ମାମଲାରେ ଜେଲ ଦଣ୍ଡାଦେଶ ଦେଇଛନ୍ତି କଟକ ସିଜେଏମ୍ କୋର୍ଟ। ୧୯୯୯ର ଏକ ଗୁଳିକାଣ୍ଡ ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୨୫ ହଜାର ଟଙ୍କା ଜୋରିମାନା ହୋଇଥିବା ଥିବା ବେଳେ ଅନ୍ୟ ଏକ ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡ ଓ ୨୫ ହଜାର ଜୋରିମାନା କରାଯାଇଛି।

ସୂଚନା ମୁତାବକ,ସୁଶାନ୍ତ ଧଳ ସାମନ୍ତ ବେଆଇନ ଅସ୍ତ୍ରଶସ୍ତ୍ର ଦେଖାଇ ଦାଦାବଟି ଆଦାୟ କରୁଥିବା ବେଳେ ପୁଲିସ ଏଥିରେ ହସ୍ତକ୍ଷେପ କରିଥିଲା। ସୁଶାନ୍ତ ପୁଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା। ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ତାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର ବ୍ୟବହାର ଅଭିଯୋଗରେ ତାଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨୫ ହଜାର ଜୋରିମାନା ହୋଇଛି।

You might also like