ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାବରୀମାଲା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର କୋର୍ଟକୁ ପଠାଇଦେଇଛନ୍ତି। ୩-୨ ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ ସାବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ବର୍ତ୍ତମାନର ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବା ଅବସରରେ ଏହି ପିଟିସନ୍‌ସବୁର ଶୁଣାଣି କରିବାର ଥିଲା।

ବର୍ତ୍ତମାନ କୋର୍ଟ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ନିଜେ ବଦଳାଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୭ ଜଣିଆ ଖଣ୍ଡପୀଠ ବର୍ତ୍ତମାନ ଏହି ମାମଲାର ଶୁଣାଣି କରିବେ। ଧାର୍ମିକ ଗୋଷ୍ଠୀର ବିଶ୍ୱାସ ଏବଂ ପୂଜା ସହ ଜଡ଼ିତ ବିଭିନ୍ନ ପ୍ରଶ୍ନ ଉଠୁଥିବାରୁ ଏହା ୭ ଜଣିଆ ଖଣ୍ଡପୀଠକୁ ଯିବ ବୋଲି କୋର୍ଟ କହିଛନ୍ତି। ଏହି ଖଣ୍ଡପୀଠରେ ମସଜିଦ୍‌ ଏବଂ ଆଗିୟାରୀରେ ମହିଳାଙ୍କ ପ୍ରବେଶ ବାବଦରେ ମଧ୍ୟ ଶୁଣାଣି ହେବ।

ପୂର୍ବ ରାୟକୁ ସ୍ଥଗିତ ରଖିବା ପାଇଁ କମ୍‌ ବିଚାରପତି ମତ ଦେଇଥିବାରୁ ବର୍ତ୍ତମାନ ଏହା କାଏମ୍‌ ରହିବ। ଅର୍ଥାତ ନିଷ୍ପତ୍ତି ନ ବଦଳିବା ଯାଏ ପୂର୍ବବତ୍‌ ୧୦ରୁ ୫୦ ବୟସ ବର୍ଗର ମହିଳା ମନ୍ଦିର ପ୍ରବେଶ କରିପାରିବେ। ଏହି ରାୟ ଆସିବାପରେ ସାବରୀମାଲା ମୁଖ୍ୟ ପୂଜକ ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ମୁଁ ଏହାକୁ ସମ୍ମାନ ଜଣାଉଛି। ଏହି ରାୟ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ମଜଭୁତ କରିବ।

 

ଆହୁରି ପଢ଼ନ୍ତୁ

ଲୋକସେବା ଭବନ ପ୍ରବେଶ ମନା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ୯ ଘଣ୍ଟା ଜେରାରେ ଏମିତି ରହସ୍ୟର ପରଦା ଖୋଲିଲେ ଅଭିନେତ୍ରୀ ସଞ୍ଜନା

ଭୁବନେଶ୍ୱରରୁ ଚିହ୍ନଟ ନୂଆ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ଲୋକାଲ୍ କେସ୍

ଗଞ୍ଜାମ ପରେ ଯାଜପୁରରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍‌ ମନା

ଛତ୍ରପୁର NAC ୭ ଦିନ ସଟ୍‌ଡାଉନ୍

ସୁସ୍ଥ ହେଲେ ଆଉ ୧୩୭ କରୋନା ଆକ୍ରାନ୍ତ

ରାତି ୯ଟା ବେଳର ମୁଖ୍ୟଖବର

କୋଭିଡ୍ ଗାଇଡ୍‌ଲାଇନ୍ସ‌ ଉଲ୍ଲଘଂନ ଅଭିଯୋଗରେ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ସିଲ୍‌

ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ଗୁପ୍ତଧନ ପାଇବା ଆଶାରେ କରୁଥିଲେ ପୂଜାର୍ଚ୍ଚନା, ନିର୍ଧୂମ ଛେଚିଲେ ଗାଁ ଲୋକେ

ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୪,୬୭୭ରେ ପହଞ୍ଚିଲା ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

You might also like