• translate
Minati Mishra

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ନ୍ୟାୟକୁ ଉପହାସ କରିବା ସହ ସମାନ।

୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଧନଞ୍ଜୟ ଭାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ଗୋସ୍ୱାମୀଙ୍କୁ ଜେଲ୍‌ରେ ରଖି ପଚରାଉଚରା କରିବାର କିଛି ଆବଶ୍ୟକତା ଥିଲା କି ? କାରଣ ଏହି ମାମଲା ଜଣଙ୍କ ସ୍ୱାଧୀନତା ସହ ଜଡ଼ିତ। ଖଣ୍ଡପୀଠ ଟିପ୍ପଣୀ ଦେଇ କହିଥିଲେ, ଭାରତୀୟ ଲୋକତନ୍ତ୍ରର ଅସାଧାରଣ ସହନଶକ୍ତି ରହିଛି। ତେଣୁ ମହାରାଷ୍ଟ୍ର ସରକାର ଟିଭି ସୋରେ ଅର୍ଣ୍ଣବଙ୍କ ଟାର୍ଗେଟକୁ ନଜରଅନ୍ଦାଜ କରିଦେବା ଉଚିତ୍‌।

ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ, ‘ ମୁଁ ତ ତାଙ୍କ ଚାନେଲ ଆଦୌ ଦେଖେନି।  ତେବେ ସାମ୍ବିଧାନିକ ନ୍ୟାୟାଳୟ ଆଜି ଏ ମାମଲାରେ ହସ୍ତକ୍ଷେପ ନ କଲେ ଆମେ ନିଃସନ୍ଦେହ ଭାବେ ବର୍ବାଦ ଆଡକୁ ଗତି କରିବା।’

ସୁପ୍ରିମ୍‌କୋର୍ଟ ଆହୁରି କହିଛନ୍ତି, ଆମେ ଲଗାତାର ଏହି ମାମଲାକୁ ଦେଖୁଛୁ ଯେ,  ଉଚ୍ଚ ନ୍ୟାୟାଳୟ ଲୋକଙ୍କୁ ଜାମିନ ଦେଉନାହାନ୍ତି ଏବଂ ତାଙ୍କର ବ୍ୟକ୍ତିଗତ ସ୍ୱତନ୍ତ୍ରତା ରକ୍ଷା କରିବାରେ ବିଫଳ ହେଉଛନ୍ତି।

ଅନ୍ୟପକ୍ଷେ ସୁପ୍ରିମ୍‌କୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ ଏହି ମାମଲାର ସିବିଆଇ ଯାଞ୍ଚ ଦାବି କରିଛନ୍ତି। ମୃତ ଇଣ୍ଟେରିୟର ଡିଜାଇନର ଅନଭୟ ନାୟକ ଏବଂ ମହାରାଷ୍ଟ୍ର ସରକାରଙ୍କ ଓକିଲ କପିଲ ସିବଲ ପକ୍ଷ ରଖିଥିଲେ।

Other Stories