ପୁରୀ: ସୁନାବେଶରେ ଝଟକୁଛନ୍ତି ତିନି ଠାକୁର, ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ:  ଅପୂର୍ବ ଏ ଦୃଶ୍ୟ, ଦିବ୍ୟ ସେ ଅନୁଭବ। ରାଜରାଜେଶ୍ୱର ବେଶରେ ରଥାରୁଢ଼ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା।  ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରୀଟ। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ ଅାଉ ଅାଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ଅାଡ଼କାନି, ଘାଗଡ଼ା, ବାହାଡ଼ା, ସେବତୀ ଓ କଦମ୍ବ ମାଳି ସାଙ୍ଗକୁ ତିନି ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଅାୟୁଧ। ସୁନାବେଶରେ ଲାଗି ହୋଇଛି ଏମିତି ୧୩୮ ପ୍ରକାର ରତ୍ନ ଖଚିତ ଅଳଙ୍କାର ଯାହାକୁ ଦେଖି ଅଭିଭୂତ ଶ୍ରଦ୍ଧାଳୁ।

ଅାଜି ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଅାଳତି ପରେ ଅପରାହ୍ଣ ପ୍ରାୟ ୩ଟା ବେଳକୁ ଅାରମ୍ଭ ହୋଇସାରିଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ୱାର ଦେଇ ଗୋଟିକ ପରେ ଗୋଟିଏ ସୁଦୃଶ୍ୟ ସ୍ୱର୍ଣ୍ଣ ଅଳଙ୍କାର ସବୁ ରଥକୁ ବୋହି ନେଇଥିଲେ ସେବାୟତ। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜୀଉ ।

ପାଗ ଶୁଖିଲା ଥିବାରୁ ସୁନାବେଶ ଦେଖିବା ଲାଗି ଅାଜି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ବଡ଼ଦାଣ୍ଡ, ରଥ ଚତୁର୍ପାର୍ଶ୍ୱ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୪୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅାଯାଇଛି। ଅାଜି ସୁନାବେଶ ଦର୍ଶନ ସରିବା ପରେ ଅାସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା, ଅାଉ ବୁଧବାର ନୀଳାଦ୍ରିବିଜେ।

(ପୁରୀରୁ କ୍ୟାମେରାପର୍ସନ ସୋମନାଥ, ଗୋପାଳ, ରାଜେନ୍ଦ୍ରଙ୍କ ସହ ଅତୁଲ୍ୟ ବାଉତ, ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)

 

 

 

ଆହୁରି ପଢ଼ନ୍ତୁ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

You might also like