ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ- ଟିକେଟ୍‌ ବୁକିଂ କରିବା ବନ୍ଦ କର

ନୂଆଦିଲ୍ଲୀ: ବିମାନ କମ୍ପାନୀ ଗୁଡିକୁ ବିମାନ ଟିକେଟ ବୁକିଂ ବନ୍ଦ କରିବା ପାଇଁ Directorate General of Civil Aviation(DGCA) ପକ୍ଷରୁ କୁହାଯାଇଛି।

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ  ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟ ପାଇଁ କିଛି ବିମାନ କମ୍ପାନୀ ଟିକେଟ୍‌ ବୁକିଂ କରିବା ଆରମ୍ଭ କରିଥିବାରୁ ଟିକେଟ ବୁକିଂ ବନ୍ଦ କରିବାକୁ  ଡିଜିସିଏ ତାଗିଦ କରିଛି।

ବର୍ତ୍ତମାନ ଯାଏ ପୁନଃ ବିମାନ ଚଳାଚଳ ନେଇ କୌଣସି ସ୍ପଷ୍ଟ ହୋଇନାହିଁ।

ଡିଜିସିଏ ପକ୍ଷରୁ କୁହାଯାଇଛି, ମେ’ ୪ ପରଠାରୁ ବିମାନ ଯାତ୍ରା ପାଇଁ କିଛି କମ୍ପାନୀ ଟିକେଟ୍‌ ବୁକିଂ କରିବା ଆରମ୍ଭ କରିଛନ୍ତି। ତେବେ ମେ’ ୪ ପରଠାରୁ କୌଣସି ବ୍ୟବସାୟିକ ଘରୋଇ ବା ଅନ୍ତର୍ଜାତୀୟ ଉଡ଼ାଣ ନେଇ ନିଷ୍ପତ୍ତି ହୋଇନି। ପୁଣି ଅପରେସନ୍‌ ଆରମ୍ଭ ପାଇଁ ଯଥେଷ୍ଟ ସମୟ ଓ ନୋଟିସ୍‌ ଦିଆଯିବ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏଚ୍‌ଏସ୍‌ ପୁରୀ କହିଥିଲେ, ଆଗାମୀ ସରକାରୀ ନିର୍ଦ୍ଦେଶ ଯାଏ କମ୍ପାନୀମାନେ ଟିକେଟ ବୁକିଂରୁ ବିରତ ରୁହନ୍ତୁ।

You might also like