କେନ୍ଦ୍ରର ଏହି ଯୋଜନାରେ ସାମିଲ ହେଲେ ପ୍ରତି ମାସ ଆପଣ ବି ପାଇବେ ୫ ହଜାର ଟଙ୍କାର ପେନସନ୍

ମାସକୁ ମିଳିବ ୫ ହଜାର !

ନୂଆଦିଲ୍ଲୀ: ଲୋକଙ୍କ ଲାଗି ସରକାର ଅନେକ ସମୟରେ ଯୋଜନା କରନ୍ତି। ଯାହାଦ୍ୱାରା ଦେଶର ନାଗରିକମାନେ ଅନେକ ଲାଭ ମଧ୍ୟ ପାଆନ୍ତି। ଏହାରି ମଧ୍ୟରେ ସରକାର ପୁଣି ଥରେ ଏକ ନୂଆ ଯୋଜନା କରିଛନ୍ତି ଯାହାଦ୍ୱାରା ଆପଣ ବି ମାସକୁ ପାଇପାରିବେ ୫ ହଜାର ଟଙ୍କା। ସୂଚନା ଅନୁସାରେ, ଯଦି ଆପଣଙ୍କ ବୟସ ୧୮ ରହିଛି ଏବଂ ଆପଣ କୌଣସି ଭବିଷ୍ୟନିଧି ଯୋଜନା କରିନାହାନ୍ତି ତେବେ ଏହି ଯୋଜନା ଅନୁସାରେ ଆପଣ ବି ଲାଭବାନ ହୋଇପାରିବେ। ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ୫ ହଜାର ଟଙ୍କାର ପେନସନ୍‌ ପାଇପାରିବେ।

ଅଟଳ ପେନସନ୍‌ ଯୋଜନାରେ ଅଳ୍ପ ପରିମାଣରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ମୋଦି ସରକାର ଏକ ସ୍ୱତନ୍ତ୍ର ସ୍କିମ ଆଣିଛନ୍ତି। ଆଉ ଏହି ଯୋଜନାରେ ଦେଶର ନାଗରିକମାନେ ଯୋଡ଼ି ହୋଇପାରିବେ। ଏହି ଯୋଜନାରେ ସାମିଲ ହେବାକୁ ହେଲେ ଆପଣଙ୍କୁ ଏକ ଖାତା ଖୋଲିବାକୁ ପଡ଼ିବ। ଯେଉଁଥିରେ ଆପଣ ମାସକୁ ମାସ ଟଙ୍କା ଜମା କରିବେ ଆଉ ୬୦ ବର୍ଷ ପରେ ପ୍ରତିମାସ ୫ ହଜାର ଟଙ୍କା ପେନସନ୍‌ ପାଇପାରିବେ ବୋଲି ଜଣାପଡିଛି।

କେମିତି ମିଳିବ ଟଙ୍କା?

ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଇଚ୍ଛା ରଖିଛନ୍ତି ତେବେ ପ୍ରତିମାସ ଖୋଲାଯାଇଥିବା ଖାତାରେ ୨୧୦ ଟଙ୍କା ଜମା କରନ୍ତୁ। ପ୍ରତିମାସ ୨୧୦ ଟଙ୍କା ହିସାବରେ ବର୍ଷକୁ ଆପଣ ୨୫୨୦ ଟଙ୍କା ଜମା କରିବେ। ଆପଣଙ୍କୁ ୬୦ ବର୍ଷ ହେଲା ପର୍ଯ୍ୟନ୍ତ ଆପଣ ପ୍ରତିମାସ ୨୧୦ ଟଙ୍କା ଜମା କରିବେ। ଆଉ ଯେବେ ୬୦ ବର୍ଷ ହୋଇଯିବ ତାହା ପରେ ଆପଣଙ୍କୁ ପ୍ରତିମାସ ୫ ହଜାର ଟଙ୍କା ପେନ୍‌ସନ୍‌ ମିଳିବ।

କମ ବୟସରେ ଯୋଜନାରେ ଯୋଡିହେଲେ ମିଳିବ ଅଧିକ ଲାଭ

ଏଠାରେ ଆମେ କହିରଖୁଛୁ ଯେ, ଆପଣ ଯଦି ୧୮ ବର୍ଷରେ ଏହି ଯୋଜନାରେ ଯୋଡ଼ି ହୁଅନ୍ତି ତେବେ ଆପଣ ମୋଟ୍‌ରେ ୧.୦୫ ଟଙ୍କା ନିଜ ଖାତାରେ ଜମାକରିବେ। ଆଉ ଯଦି ଆପଣ ୩୫ ବର୍ଷରେ ଏହି ଯୋଜନାରେ ଯୋଡ଼ି ହୁଅନ୍ତି ତେବେ  ତେବେ ପ୍ରତି ୩ ମାସରେ ୨୬୮୮ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ଜଣାପଡିଛି। ତେଣୁ ଆପଣଙ୍କୁ ମୋଟ୍‌ ୨୫ ବର୍ଷ ଟଙ୍କା ଜମା କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣଙ୍କୁ ୨.୬୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଆପଣ ଏହି ଯୋଜନାରେ ଡେରିରେ ସାମିଲ ହୋଇଥିବାରୁ ଆପଣଙ୍କୁ ଅତିରିକ୍ତ ୧.୬୩ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ଏହି ଯୋଜନାରେ ସାମିଲ ହେଲେ କଣ ମିଳିବ ଫାଇଦା?

ଯଦି ଏହି ଯୋଜନାରେ ଆପଣ ସାମିଲ ହୁଅନ୍ତି ତେବେ ଆପଣଙ୍କୁ ମାତ୍ର ୧.୦୫ ଲକ୍ଷ ଟଙ୍କା ନିବେଶ କରିବାକୁ ପଡ଼ିବ। ଆଉ ୬୦ ବର୍ଷ ପରେ ବଂଚିଥିବା ପର୍ଯ୍ୟନ୍ତ ଆପଣ ୫ ହଜାର ଟଙ୍କା ଲେଖାଏଁ ପେନସନ୍‌ ପାଇବେ।

ଜାଣିରଖନ୍ତୁ ଯୋଜନାରେ ଆଉ କଣ କଣ ପାଇବେ ଲାଭ?

  • ଏହି ଯୋଜନା ଜାତୀୟ ପେନସନ୍‌ ଯୋଜନା ମାଧ୍ୟମରେ ପେନସନ୍‌ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଛି।
  • ଆଇଟିର ସେକ୍‌ସନ୍‌ 80CCD ଅଧୀନରେ ଟ୍ୟାକ୍ସ ରିହାତିର ମଧ୍ୟ ଆପଣ ସିଧାସଳଖ ଲାଭ ପାଇବେ
  • ଜଣଙ୍କ ନାଁରେ କେବଳ ଗୋଟିଏ ଖାତା ହିଁ ଖୋଲାଯାଇପାରିବ
  • ପ୍ରଥମ ୫ ବର୍ଷ ପାଇଁ ସରକାର ମଧ୍ୟ ଯୋଗଦାନ ରାଶି ପ୍ରଦାନରେ ସାହାଯ୍ୟ କରିବେ
  • ଏହା ୧୦୦୦,୨୦୦୦,୩୦୦୦,୪୦୦୦ କିମ୍ବା ୫୦୦୦ ର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ
  • ଯଦି ବ୍ୟାଙ୍କରେ ଖାତା ଖୋଲିଥିବା ବ୍ୟକ୍ତି ଜଣକ ୬୦ ବର୍ଷ ପୂର୍ବରୁ କିମ୍ବା ପରେ ତାଙ୍କର ମୃତ୍ୟୁ ହୁଏ ତେବେ ପେନସନ୍ ରାଶି ପତ୍ନୀଙ୍କୁ ଦିଆଯିବ
  • ଏହାସହ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲେ ନୋମିନିକୁ ସରକାର ଦେବେ ଟଙ୍କା

ତେବେ ସରକାରଙ୍କର ଏହି ଯୋଜନାରେ ଯଦି ଆପଣଲ ସାମିଲ ହେବାକଉ ଇଚ୍ଛା ରଖିଛନ୍ତି ତେବେ ଆପଣ ନିକଟସ୍ଥ ବ୍ୟାଙ୍କ କର୍ମଚାରୀଙ୍କ ସହ ଯୋଗାଯୋଗ କରି ସମସ୍ତ ସୂଚନା ପାଇପାରିବେ।

You might also like