ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ମୁମ୍ବାଇ(ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା  ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନ୍‌ସିବି)ର ତଦନ୍ତରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର୍‌ ଓ ରାକୁଲ୍‌ ପ୍ରୀତ୍‌ ସିଂଙ୍କୁ ଏନ୍‌ସିବି ସମନ୍‌ କରିଥିବା ସୂଚନା ମିଳିଛି।

ଡ୍ରଗ୍ସ ଲିଙ୍କ୍‌ ମାମଲାରେ NCB ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର ଜୟା ଶାହାଙ୍କୁ ସେପ୍ଟେମ୍ବର ୨୧ ଓ ୨୨ ଦୁଇ ଦିନ ଧରି ପଚରାଉଚରା କରିଥିଲା। ଏହି ସମୟରେ NCB ଜୟାଙ୍କ ନିକଟରୁ ଅନେକ ତଥ୍ୟ ଓଗାଳିବା ସହ ଜୟା ମଧ୍ୟ ଅନେକ କିଛି ଖୁଲାସା କରିଛନ୍ତି। ପଚରାଉଚରା ବେଳେ ଜୟା କହିଥିଲେ ଯେ, ସେ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଓ ସୁଶାନ୍ତଙ୍କ ପାଇଁ CBD Oil ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ।

କ’ଣ ଏହି CBD Oil  ? 

ଯନ୍ତ୍ରଣାରୁ ମୁକ୍ତି ପାଇଁ ଓ ଡିପ୍ରେସନ୍‌ରୁ ମୁକ୍ତ ପାଇଁ  CBD Oil ବ୍ୟବହାର କରାଯାଇଥାଏ। ଗଞ୍ଜେଇ ଗଛର ପତ୍ରରୁ ଏହି ତେଲ ପ୍ରସ୍ତୁତ ହୋଇଥାଏ। The daily ରିପୋର୍ଟ ଅନୁସାରେ, CBDର ଯେକୌଣସି ପ୍ରଡକ୍ଟର THC (tetrahydrocannabinol) କଣ୍ଟେଣ୍ଟ୍‌ ଯଦି ୦.୩% ପ୍ରତିଶତରୁ ଅଧିକ ହେବ ଏହାକୁ cannabis ପ୍ରଡକ୍ଟ ଶ୍ରେଣୀଭୁକ୍ତ କରାଯିବ ଓ NDPS act ଅନୁସାରେ ଏହାକୁ ବେଆଇନ୍‌ ଘୋଷଣା କରାଯିବ।

ଜୟା କହିଥିଲେ, ସେ ଶ୍ରଦ୍ଧାଙ୍କୁ CBD Oil ବ୍ୟବହାର ପାଇଁ ପ୍ରସ୍ତାବ ଦେଇଥିଲେ ଓ ଶ୍ରଦ୍ଧାଙ୍କ ପାଇଁ ଏହାକୁ ଅନ୍‌ଲାଇନ୍‌ରେ ଅର୍ଡର ମଧ୍ୟ କରିଥିଲେ। ଏତଦ୍‌ବ୍ୟତୀତ ରିୟା, ସୁଶାନ୍ତ ଓ ଜୟା ନିଜ ପାଇଁ ମଧ୍ୟ CBD Oil ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ। ହେଲେ ସେ ଏପର୍ଯ୍ୟନ୍ତ କୌଣସି ଡ୍ରଗ୍‌ ସ୍ମଗଲର୍‌ଙ୍କ ଯୋଗାଯୋଗରେ ନାହାନ୍ତି ବୋଲି ଜୟା କହିଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ଜୟା ଶାହା ଓ ରିୟାଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଥିଲା। ଏହି ଚାଟ୍‌ରେ, ଜୟା ରିୟାଙ୍କୁ ଚା କିମ୍ବା କଫିରେ କିଛି ବୁନ୍ଦା ପକାଇ ଦେବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଥିଲା। ମେସେଜ୍‌ରେ ଲେଖା ହୋଇଥିଲା, ଚା’ରେ ୪ ବୁନ୍ଦା ପକାଇ ତାଙ୍କୁ(ସୁଶାନ୍ତ) ପିଇବାକୁ ଦିଅନ୍ତୁ।

ଜୟା ଚା’ରେ କ’ଣ ପକାଇବା ପାଇଁ ରିୟାଙ୍କୁ କହୁଥିବା ନେଇ ଯେତେବେଳେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା ପରେ ଜଣାପଡ଼ିଥିଲା ସେମାନେ CBD Oil ବିଷୟରେ କଥା ହେଉଥିଲେ।

ଅନ୍ୟପକ୍ଷରେ, ଫ୍ୟାଶନ୍‌ ଡିଜାଇନର୍‌ ସିମୋନ ଖମ୍ବାଟା ଆଜି NCBରେ ହାଜର ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଏଥର କଟକରେ ହେବନି ବାଲିଯାତ୍ରା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

You might also like