ଯଦି ପଶାଖେଳ ପାପ, ମହାପ୍ରଭୁ ଖେଳନ୍ତି କେମିତି ?

ପଶା ବା ଦ୍ୟୁତ ଖେଳ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। କାରଣ ଏହି ଖେଳ କେତେ ବଡ ବିପର୍ଯ୍ୟୟକୁ ଡାକି ଆଣିପାରେ ତାହା ଆମେ ମହାଭାରତରୁ ଜାଣୁ। ତଥାପି ପଶା ଖେଳ ହୁଏ। ପଶା ଖେଳୁଥିବା ଲୋକଙ୍କ ଯୁକ୍ତି- ମହାପ୍ରଭୁ ଜଗନ୍ନାଥ ତ ଖେଳନ୍ତି, ଆମେ ଖେଳିଲେ କ’ଣ ହେଲା ? ସତେ ତ, ମହାପ୍ରଭୁ ବି ପଶା ଖେଳିବାର ପରମ୍ପରା ଶ୍ରୀମନ୍ଦିରରେ ରହିଛି। ତେବେ କାହିଁକି ? ମହାପ୍ରଭୁ କ’ଣ ଏହି ଖେଳକୁ ପ୍ରୋତ୍ସାହନ ଦେଉଛନ୍ତି ? ନା ଆଉ କିଛି ବାର୍ତ୍ତା ଅଛି ଏହି ପରମ୍ପରାରେ ? ଏ ନେଇ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ….

ପଶା ବା ଦ୍ୟୁତ କ୍ରୀଡା। ଏହା ସର୍ବନାଶର କାରଣ। ଏଣୁ କାଳେ କାଳେ ଭାରତୀୟ ସଂସ୍କୃତିରେ ଏହାକୁ ଏକ ନକାରାତ୍ମକ ଖେଳ ଭାବେ ପ୍ରଦର୍ଶନ କରାଯାଇଛି। ମହାଭାରତରେ ଏହି ପଶା ଖେଳ, ଧର୍ମାତ୍ମା ପାଣ୍ଡବମାନଙ୍କ ପାଇଁ କାଳ ହୋଇଥିଲା। ତେବେ ହଠାତ୍ ଆଜି ଏ କଥାଟି କହିବାର କାରଣ କ’ଣ ବୋଲି ଆପଣ ଭାବୁଥିବେ!

ଏଠାରେ ସଂଯୁକ୍ତ ଫଟୋଟିକୁ ଦେଖନ୍ତୁ। ଏ ଫଟୋରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖେ ଲାଗି ହୋଇଥିବା ତାଟଟିଏ ରହିଛି। ଯେଉଁଥିରେ ସୁନା ଓ ରୁପା ନଡିଆ(ପ୍ରତିକାତ୍ମକ) ଭାବେ ରଖାଯାଇଛି। କଉଡି ସହ ଭୋଗ ସାମଗ୍ରୀ ମଧ୍ୟ ରହିଛି। ବାସ୍ତବରେ ଏଗୁଡିକ ମହାପ୍ରଭୁଙ୍କ ପଶାଖେଳ ସାମଗ୍ରୀ। ଆପଣ ଭାବୁଥିବେ, ଯାହାକୁ ଉପରେ ଏକ ନକାରାତ୍ମକ କ୍ରୀଡା ବୋଲି କୁହାଯାଇଛି, ତାକୁ ପୁଣି ଶ୍ରୀମନ୍ଦିରରେ ଖେଳାଯାଉଛି କ’ଣ ପାଇଁ। ସମ୍ଭବତଃ ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଥିବ। ମହାପ୍ରଭୁ କ’ଣ ପଶା ଖେଳି ସମାଜକୁ ବିଭ୍ରାନ୍ତ କରୁଛନ୍ତି କି?  ପଶା ଖେଳକୁ ପ୍ରୋତ୍ସାହନ କରୁଛନ୍ତି କି ?  ଆସନ୍ତୁ ତାହାର ଉତ୍ତର ଜାଣିବା।

ପ୍ରତିବର୍ଷ କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଏହି ଦିବ୍ୟ ଦ୍ୟୁତକ୍ରୀଡ଼ା ଅନୁଷ୍ଠିତ ହୁଏ। ଆଶ୍ୱିନ ମାସରେ ଯେଉଁ ମାଧବ ବିଗ୍ରହ ଦୁର୍ଗାଙ୍କ ସହ ପୂଜିତ ହୁଅନ୍ତି, ସେହି ମାଧବ ବିଗ୍ରହ ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ସହ ଦ୍ୟୁତ ବା ପଶା ଖେଳନ୍ତି। ହେଲେ ପରିଣାମ ଆମ ତମ ମଣିଷଙ୍କ ଭଳି ମହାପ୍ରଭୁଙ୍କ ମଧ୍ୟ ହୁଏ। ମହାପ୍ରଭୁଙ୍କ ପଶା ଖେଳରେ ହାରନ୍ତି। ୭ ଦିନ ପାଇଁ ରତ୍ନ ସିଂହାସନ ଛାଡିବାକୁ ପଡେ ଜଗତ ଠାକୁରଙ୍କୁ। ବୁଝିଲେ ତ ଏହାର ଅର୍ଥ।

ପଶା କେବେ ବି ମଙ୍ଗଳକାରକ ନୁହେଁ। ଏହି କଥାଟି ଆମ ଭଳି ଛୋଟିଆ ମଣିଷଙ୍କୁ ବୁଝାଇବାକୁ ବଡ଼ଠାକୁର ଲୀଳା କରନ୍ତି। ହେଲେ ଅବୁଝା ମଣିଷ ବୁଝିବା ଦରକାର। ଅର୍ଥ ସବୁବେଳେ ଚଞ୍ଚଳା। ଲକ୍ଷ୍ମୀ ସବୁବେଳେ ବିଜୟୀ। ଟଙ୍କା ଆଜି ମୋର, କାଲି ତୁମର। ଏଣୁ ବୁଝିବା ଲୋକ ବୁଝିବ। ଓଡିଆ ଚଳଣୀ, ଓଡିଆ ପରମ୍ପରାରେ କେତେ ଶିକ୍ଷଣୀୟ କଥା ଠାରରେ କୁହାଯାଇଛି ତାହା ଜାଣିବା ଦରକାର।

ଶ୍ରୀମନ୍ଦିର ନୀତି: ଲକ୍ଷ୍ମୀମନ୍ଦିର ଜଗମୋହନ ଖଟ ଉପରେ ଦିଅଁ ବିଜେ କଲାପରେ ଏଠାରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଓ ଶ୍ରୀଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ଭିତରଛୁ ମହାପାତ୍ର ଉଭୟ ହିଙ୍ଗୁଳ କଉଡି- ଏକୋଇଶି, ରୂପା କଉଡି-ଏକୋଇଶି, ପଶା ଶକଟା ଖେଳନ୍ତି। ଏହାପରେ ଶୀତଳ ମଣୋହି ହୋଇ ଲକ୍ଷ୍ମୀ ସିଂହାସନକୁ ବିଜେ କରନ୍ତି । ବଡସିଂହାର ଧୂପ ସରିବା ପରେ ତିନି ପଣ୍ଡା, ପତି ଓ ମୁଦିରସ୍ତ ସିଂହାସନ ତଳେ ପୁଣି ଥରେ ଜୁଆ, ପଶା, ଶକଟା କଉଡି ଖେଳନ୍ତି। ଏହି ଖେଳରେ ଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁ ହାରିଯିବାରୁ ମାଧବ ବିଗ୍ରହ ମହାଜନଙ୍କ ହାତରେ ରତ୍ନ ସିଂହାସନରୁ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ବନ୍ଧା ରୁହନ୍ତି।

ଆହୁରି ପଢ଼ନ୍ତୁ

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ଦିନେ ନେହରୁଙ୍କୁ ଚିକିତ୍ସା କରୁଥିଲେ ଏଇ ଓଡିଆ ଡାକ୍ତର

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

You might also like