ଫେବୃଆରୀରୁ ବଢ଼ିବ TV, ଫ୍ରିଜ୍ ଓ ୱାସିଂମେସିନର ଦର

ବଢ଼ିବ ଟିଭି, ଫ୍ରିଜ୍ , ୱାସିଂମେସିନ ସହ ଏସିର ଦର

ବଢ଼ିବ ଟିଭି, ଫ୍ରିଜ୍ , ୱାସିଂମେସିନ ସହ ଏସିର ଦର

୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ଇମ୍ପୋର୍ଟ ଡ୍ୟୁଟି

ନୂଆଦିଲ୍ଲୀ: ବଢିବ ଇଲେକ୍ଟ୍ରୋନିକ୍ ଉପାଦାନର ଦର। ଫ୍ରିଜ୍ ଏବଂ ଏସି ହେବ ମହଙ୍ଗା। କେବଳ ଏତିକି ନୁହେଁ ବରଂ ପାପାପାଖି ୫୦ ଉପକରଣର ଦର ବଢାଇବେ କେନ୍ଦ୍ର ସରକାର। ବିଭିନ୍ନ ସାମଗ୍ରୀ ଉପରେ ପାଖାପାଖି ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇମ୍ପୋର୍ଟ ଡ୍ୟୁଟି ବଢାଇବା ପାଇଁ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆଗାମୀ ବଜେଟରେ କେନ୍ଦ୍ର ସରକାର ଏନେଇ ବିଧିବଦ୍ଧ ଘୋଷଣା କରିବେ। ସରକାରଙ୍କ ଦ୍ୱାରା ଇମ୍ପୋର୍ଟ ଡ୍ୟୁଟି ବଢାଇବାର ଏହି ନିଷ୍ପତ୍ତି ମୋଦି ସରକାରଙ୍କ ଆତ୍ମନିର୍ଭର ଭାରତର ଏକ ଅଂଶ। ଏହା ଫଳରେ ଘରୋଇ ମାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହନ ମିଳିବ।

ମୋବାଇଲ ଫୋନର ବି ବଢ଼ିବ ଦର

ବଢିବ ସ୍ମାର୍ଟଫୋନ୍ସ, ଏସି, ଫ୍ରୀଜ୍ ଓ ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ଏବଂ ଆପ୍ଲାଏନ୍ସ ସମେତ ପ୍ରାୟ ୫୦ ଆଇଟମ୍ସ ଦର। ସୂଚନା ଅନୁସାରେ ଆମଦାନୀ ଶୁଳ୍କ ବଢିବା ପରେ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ ଗାଡିର ଆମଦାନୀ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିବ । ଏଥିରେ ସ୍ୱିଡେନର ଫର୍ଣ୍ଣିଚର କମ୍ପାନୀ ଆଇକିଆ ଓ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଉପରେ ପ୍ରଭାବ ପଡିବ । ନିକଟରେ ଟେସଲା ଭାରତରେ ଆସିବାକୁ ନେଇ ପ୍ରସ୍ତୁତ ହେଉଛି । ତେବେ ଏଥିରେ ଆମଦାନୀ ଶୁଳ୍କ କେତେ ବଢିବ ସେନେଇ କିଛି ସୂଚନା ମିଳିନି।

ରାଜସ୍ୱ ବଢ଼ାଇବା ଚିନ୍ତାରେ କେନ୍ଦ୍ର ସରକାର

ଗତ ବର୍ଷ ମଧ୍ୟ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିଥିଲା। ଦେଶରେ ଫୁଟୱିୟର, ଖେଳନା, ଇଲେକ୍ଟ୍ରୋନିକ୍ ଆଇଟମ୍ସ ସମେତ ଅନେକ ବସ୍ତୁ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ବଢାଇଥିଲେ କେନ୍ଦ୍ର ସରକାର। ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ୨୧୦ ବିଲିୟନ ଟଙ୍କା ଅତିରିକ୍ତ ରାଜସ୍ୱ ପାଇବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ଭାଇରସ ମହାମାରୀ ଯୋଗୁଁ ଆର୍ଥିକ ମନ୍ଥରତା ଯୋଗୁଁ ସରକାରଙ୍କ ରାଜସ୍ୱ ମଧ୍ୟ ପ୍ରଭାବିତ ହୋଇଛି। ତେଣୁ ପୁଣି ଥରେ ରାଜସ୍ୱ ବୃଦ୍ଧି ଲାଗି ଚିନ୍ତା କରୁଛନ୍ତି ରାଜ୍ୟ ସରକାର।

୧ ଫେବୃଆରୀରେ ସଂସଦରେ ୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏହି ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି। କାରଣ କରୋନା ପରି ପରିସ୍ଥିତିରେ ଦେଶର ଅର୍ଥନୀତି ଗୋଟେ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଆଉ ସେହି ଅର୍ଥନୀତିକୁ ଫେରାଇ ଆଣିବା ଲାଗି ପୂରା ଦମରେ ଲାଗିଛନ୍ତି କେନ୍ଦ୍ର ସରକାର। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାର ଦରଦାମ ବଢାଇବା ଲାଗି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କେତେ ଦୂର ଗ୍ରହଣ କରୁଛନ୍ତି ଲୋକେ? କାରଣ କରୋନା ସମୟରେ ଅନେକ ଲୋକ ନିଜର ରୋଜଗାର ହରାଇଛନ୍ତି ଆଉ ଏହି ସମୟରେ ପୁଣି ଦରଦାମ ବଢିବା କଥା ଶୁଣିବା ପରେ ଚିନ୍ତାରେ ଖାଉଟି। କିନ୍ତୁ କେଉଁ ସାମଗ୍ରୀରେ କେତେ ଦର ବଢିବ ତାହା ବଜେଟ ଉପସ୍ଥାପନ ହେବା ପରେ ହିଁ ଜଣାପଡିବ।

You might also like