ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌କୁ ପୂରିଲା ୨ ବର୍ଷ

ରାତିରେ ପଶିଲେ, ମାରିଲେ

ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ଆଜି ପୂରିଛି ୨ ବର୍ଷ। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଭାରତୀୟ CRPF ଯୱାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ଆଜିର ଦିନରେ ପ୍ରତିଶୋଧ ନେଇଥିଲା ଭାରତ। ଆଉ ଆଜିର ଦିନଟି ଭାରତୀୟ ଇତିହାସରେ ଯୋଡି ଦେଇଥିଲା ଏକ ନୂଆ ଫର୍ଧ। କାହିଁକି ନା ଭାରତ ସହ ଲାଗିଲେ ଶତ୍ରୁ ପକ୍ଷକୁ କେମିତି ଉଚିତ୍ ଜବାବ ସେମାନଙ୍କ ଘରେ ପଶି ଦିଆଯାଏ, ତାହାକୁ ସାରା ବିଶ୍ୱକୁ ଦେଖାଇ ଦେଇଥିଲା ଭାରତ।

ଆଜିର ଦିନରେ ଶତ୍ରୁ ମାଟିକୁ ପସି ଅନ୍ଧାଧୁନ ଆକ୍ରମଣ କରିଥିଲେ ଆମ ଯୱାନ। ଶତ୍ରୁ ଶିବିରରେ ପଶି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିଦେଇଥିଲେ ଆମ ବାହାଦୁର ଯୱାନ। କହିବାକୁ ଗଲେ, ପୁଲୱାମା ଘଟଣାର ଜବାବ ଦେବାକୁ ଆତଙ୍କୀ ମାଟିରେ ଏୟାରଷ୍ଚ୍ରାଇକ୍ କରିଥିଲା ଭାରତ।

ଫେବୃଆରୀ ୨୬ ତାରିଖ ଠିକ୍ ଭୋର ସାଢେ ୩ଟା ବେଳେ ଶତ୍ରୁ ଦେଶର ପହଂଚି ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଥିଲା ଭାରତ। ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣର ବଦଲା ନେବା ପାଇଁ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଆମ ଦେଶର ବୀର ଯୱାନଙ୍କର ଭୟଙ୍କର ବୋମା ବିସ୍ଫୋରଣର ସାମ୍ନା କରିପାରିନଥିଲା ଆତଙ୍କୀ ଶିବିର।

୨୬ ଫେବ୍ରୁଆରି ଦିନ ବିଳମ୍ବିତ ରାତିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ଶ୍ରୀନଗରରେ  ପହଂଚିଥିଲେ। ପରେ ସମସ୍ତ ବିମାନ ଏକାଠି ହୋଇ ଅତିକ୍ରମ କରିଥିଲେ ଭାରତର ଅନ୍ତର୍ଜାତୀୟ ସୀମା। ଆଉ ତାହା ପରେ ସେଠାରେ ଯାହା କଲେ ତାହାକୁ ସାରା ବିଶ୍ୱ ଦେଖିଲା। ଏହି ଏୟାର ଷ୍ଟ୍ରାଇକ ସମ୍ପର୍କରେ କାହା ପାଖରେ ବି ସାମାନ୍ୟତମ ସୂଚନା ନଥିଲା। ତେଣୁ ଶତ୍ରୁପକ୍ଷ ମଧ୍ୟ ଏହା ସମ୍ପର୍କରେ କିଛି ସୂଚନା ବି ପାଇପାରିନଥିଲା। ତେଣୁ ରାତିର ଅନ୍ଧକାରରେ ଆତଙ୍କୀଙ୍କୁ ଦିଆଯାଇଥିଲା ଉଚିତ୍‌ ଯବାବ।

ତେବେ ପୁଲୱାମାର ପ୍ରତିଶୋଧ  ନେବା ଲାଗି କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ଚାପ ଥିଲା। ତେଣୁ ଏୟାରଷ୍ଟ୍ରାଇକ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ସେନା। ଆଉ ଯାହାର ଫଳ ସ୍ୱରୂପ ଆତଙ୍କୀ ମାଟିରେ ପଶି, ଆତଙ୍କୀଙ୍କୁ କଡା ଯବାବ ଦେଇପାରିଥିଲା ଭାରତ। ମୋଟ୍ ଉପରେ କହିବାକୁ ଗଲେ, ଆଜିର ଦିନରେ ଭାରତର ବୀର ଯୱାନ ଯେଉଁ ଅଦମ୍ୟ ସାହାସ ଦେଖାଇଥିଲେ ସେମାନଙ୍କୁ ହୃଦୟରୁ ସାଲ୍ୟୁଟ ମାରୁଛନ୍ତି ଦେଶବାସୀ।

You might also like