୫ ପୁଅ ଜନ୍ମ କରିଥିଲା, ହେଲେ ଏବେ ଭୋକ ଉପାସରେ କଟୁଛି ଦିନ

ଭୋକରେ ରହିଛି ୫ ପୁଅର ମାଆ

ଚୌଦ୍ୱାର(ନୀଳକଣ୍ଠ ଦୋରା): ପୁଅଟିଏ ପାଇବା ପାଇଁ ମା କେତେ ଯେ ବ୍ରତ ଉପବାସ କରିଥାଏ, ତାହାର ଠିକଣା  ନାହିଁ। କାରଣ ପୁଅ ବଂଶା ରକ୍ଷା କରିବ, ଜୀବ ଜିବା ବେଳେ ପାଣି ଟୋପାଏ ଦେବ…ମୋଟ୍‌ ଉପରେ ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା। ଆଉ ବୟସର ଅପରାହ୍ନରେ ଯେତେବେଳେ ପୁଅମାନେ ନପଚାରନ୍ତି ସେତେବେଳେ ଅନେକ ଦୁଃଖ ଯନ୍ତ୍ରଣାରେ କଟିଥାଏ ଶେଷ ଜୀବନ । ସେଭଳି ଏକ ମାର କରୁଣା କାହାଣି ଦେଖିବାକୁ ମିଳିଛି ଆଠଗଡ ଅଞ୍ଚଳରେ। ପାଞ୍ଚ ପାଞ୍ଚ ଟା ପୁଅ ଜନ୍ମ କରି ମଧ୍ୟ ଜୀବନର ଶେଷ ସମୟରେ ମା ପାଖରେ କେହି ନାହାନ୍ତି। ଗାଁ ର ପାଖ ପଡିଶା ଲୋକ ହିଁ ଏବେ ପାଲଟିଛନ୍ତି ସାହା ଓ ଭରଷା।

ଆଠଗଡ ବ୍ଲକ ନୂଆବନ୍ଧ ଗାଁର ଲାବଣ୍ୟ ମହାରଣା , ବୟସ ୮୦ ବର୍ଷରୁ ଅଧିକ ହେବ। ସ୍ୱାମୀ ଦୀର୍ଘ ବର୍ଷଧରି ଆରପାରିକୁ ଚାଲିଗଲେଣି, ଦେହର ଚମଡା  ବି ଧୁଡୁଧୁଡୁ ହୋଇଗଲାଣି। ଦେହରୁ ବଳ ଭାଙ୍ଗି ଗଲାଣି , ଶର୍ଯ୍ୟାଶାୟୀ ହେଲେଣୀ ଲାବଣ୍ୟ । ପାଣି ମନ୍ଦେ ପିଇବାକୁ ଆଉ ସକ୍ଷମ ନାହିଁ ,ହେଲେ ଏହି ସମୟରେ ପାଞ୍ଚ ପୁଅଙ୍କ ସଂସାର ଥିଲେ ମଧ୍ୟ ଲାବଣ୍ୟଙ୍କ ପାଖରେ ଏବେ କେହି ନାହାଁନ୍ତି। ଗାଁ ପାଖ ପଡିଶା ପାଳି କରି କେତେବେଳେ ଖାଇବାକୁ ଦେଉଛନ୍ତି ତ କିଏ ପୁଣି ତାଙ୍କୁ ସେବାଶୁସୁର୍ଷା କରୁଥିବା ଗାଁ ଲୋକେ କହିଛନ୍ତି।

ଲାବଣ୍ୟ ଆଜକୁ ଚାରି ପାଞ୍ଚ ମାସ ଧରି ରୋଗ ଶର୍ଯ୍ୟାରେ ପଡି ଛଟପଟ ହେଉଥିବା ବେଳେ ପୁଅ, ବୋହୁ ,ନାତି,ନାତୁଣି କେହି ପଚାରୁନାହାନ୍ତି। ଗାଁ ଲୋକେ ଲାବଣ୍ୟଙ୍କ ପୁଅ ବୋହୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କାହା ପାଖରେ ସମୟ ନଥିବା ସହ କରୋନା ସମୟ ବୋଲି କହି କେହି ଆସୁନଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ଲାବଣ୍ୟଙ୍କ ପୁଅ ମାନେ ଭୂବନେଶ୍ୱରରେ ବଡବଡ ଚାକିରି କରିଥିଲେ ମଧ୍ୟ ମାକୁ କେହି ପଚାରୁନଥିବା ବେଳେ ଏଭଳି ପୁଅ ରହିବା ଧିକ୍ ବୋଲି ଗା ଲୋକେ କହିଛନ୍ତି।

ବାର ଓଷା ତେର ବ୍ରତ କରି ବହୁ ଝଡଝଂଞ୍ଜା ସହି ପାଞ୍ଚ ପୁଅକୁ ମଣିଷ କରିଥିଲେ ଲାବଣ୍ୟ , କିନ୍ତୁ ଲାବଣ୍ୟ ମୃତ ସହ ସଂଗ୍ରାମ କରୁଥିବାବେଳେ ଏହି ବଡ ମଣିଷ ପଣିଆ ବୋଲାଉଥିବା ଧନି ପୁଅ ମାନେ ମାର ସେବା ନକରିବା ଆଜିର ସମାଜ ପାଇଁ କଳଙ୍କ ପାଲଟିଛି। ଏବେ ଅପେକ୍ଷା ରହିଲା କେବେ ମାଆ ପାଖକଉ ଫେରୁଛି ପୁଅ।

 

You might also like