ମହାନତା ଦେଖାଇଲେ ଡାକ୍ତର, ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ମହାନତା ଦେଖାଇଲେ ଡାକ୍ତର

  • ମହାନତା ଦେଖାଇଲେ ଡାକ୍ତର
  • ନିଜ ହାତରୁ ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସାହାଯ୍ୟ କରୁଛନ୍ତି
  • ନୂଆପଡ଼ାରୁ ଆସିଲା ଡାକ୍ତରଙ୍କ ବଦାନ୍ୟତାର ଚିତ୍ର

ନୂଆପଡ଼ା(ମାୟାଧର ଓରଫ୍) ମହାନତା ଦେଖାଇଲେ ଡାକ୍ତର। କରୋନା ରୋଗୀଙ୍କ ସେବା ତ କରୁଛନ୍ତି ଏହା ସହ କରୋନାରେ ଜୀବନ ହାରୁଥିବା ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଛନ୍ତି। ଏବେ ନୂଆପଡା ଜିଲ୍ଲାରେ ଚଚ୍ଚାରେ ଅଛନ୍ତି ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ। କରୋନା କାଳରେ ରୋଗୀ ସେବା ହେଉ କି କରୋନା ସଚେତନତା, କରୋନା ମୃତକଙ୍କ ଶବକୁ ସତ୍କାର କରିବାରେ ସେ ବେଶ ଚର୍ଚ୍ଚିତ। ଏଯାଏ ଖଡିଆଳ ଅଂଚଳରେ ୧୪ ଜଣଙ୍କ ଶବ ବି ସତ୍କାର କଲେଣି। କେବଳ ସେ ନୁହେଁ ବରଂ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସରକାରୀ ଆୟୁଷ ଡାକ୍ତର। ରାତି ପାହିଲେ ଦୁଇ ଜଣ ଲାଗି ପଡନ୍ତି ଲୋକଙ୍କ ସେବାରେ। କେବେ ମେଡିକାଲରେ କରୋନା ରୋଗୀ ସେବାରେ ଦିନ କଟେ ତ କେବେ ଗାଁ ଗାଁ ଯାଇ ଲୋକଙ୍କୁ କରୋନା ସଚେତନତା କରନ୍ତି ଅନ୍ନାଦା ଶଙ୍କର।

ଯେତେ ବେଳେ କରୋନା ରୋଗୀ ପ୍ରାଣ ହରାଉଛନ୍ତି, ସେ ସମୟରେ ବନ୍ଧୁବନ୍ଧବ ଶବକୁ ଛୁଅନ୍ତି ନାହିଁ, ଆଉ ସେତେ ବେଳେ ନିଜ ଟିମର ୪ ଜଣଙ୍କୁ ଧରି ପହଂଚି ଯାନ୍ତି ଡାକ୍ତର ଅନ୍ନଦା ଶଙ୍କର। ପିପିଇ କିଟ୍ ପିନ୍ଧି ଶବକୁ ଘରୁ ଆଣି ବା ମେଡିକାଲରୁ ଶ୍ମଶାନକୁ ନେଇ ଜାତି ଧର୍ମ ଅନୁସାରେ ଶବ ସତ୍କାର କରନ୍ତି।  ଅନେକ ସମୟରେ ନିଜେ ଶବକୁ ନିଜ କାନ୍ଧରେ ବୋହି ଶ୍ମଶାନକୁ ନେଇଛନ୍ତି। ସେ ଏଯାଏ ଖଡିଆଳ ଅଂଚଳର କରୋନାରେ ମୃତ ୧୪ ଜଣଙ୍କ ଶବ ସତ୍କାର କଲେଣି।

କରୋନା କାଳର ଦେବଦୂତ ଖଡିଆଳର ଡାକ୍ତର ଅନ୍ନଦାଶଙ୍କର। ସେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ କରୋନା ସଚେତନତା ବି କରନ୍ତି। ନିଜ ହାତରୁ ମାସ୍କ, ସାନିଟାଇଜର କିଣି ଲୋକଙ୍କୁ ବାଂଟନ୍ତି। ଯେଉଁଠି ମହାମାରୀ ଡରରେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି ସେଠି ଡାକ୍ତର ଜଣକ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଛନ୍ତି। ତାଙ୍କର ଏ ମହାନ ଉଦ୍ୟମକୁ ଲୋକେ ପ୍ରଶଂସା କରୁ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବି ବେଶ ପ୍ରଶଂସା କରିଛନ୍ତି। ଏମିତି ଡାକ୍ତରଙ୍କୁ କିଏ ବା ପ୍ରଶଂସା ନକରିବ?

ବାସ୍ତବିକ ଅନ୍ନଦାଶଙ୍କରଙ୍କ ଭଳି ଜଣେ ନିଆରା ଡାକ୍ତର ବିରଳ, ଯିଏ ରୋଗୀ ସେବା ସହ ଶବ ସତ୍କାର ଏବଂ କରୋନା ସଚେତନତା କରୁଛନ୍ତି…

 

You might also like