ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ଅସହାୟଙ୍କ ସାହା ପାଲଟିଥିଲେ ଅଭିନେତା ସୋନୁ ସୁଦ। ତାଙ୍କର ଏହି ମହନୀୟତା ପାଇଁ ବିଭିନ୍ନ ଆଡୁ ଛୁଟିଥିଲା ପ୍ରଶଂସାର ସୁଅ।  ଏବେ  ମିଳିତ ଜାତିସଂଘ ଦ୍ୱାରା ସମ୍ମାନଜନକ ସ୍ୱତନ୍ତ୍ର ମାନବିକତା ଆକ୍ସନ୍ ପୁରସ୍କାର (UNDP)ରେ ତାଙ୍କୁ ସମ୍ମାନିତ କରାଯାଇଛି ।

ଗତ ସୋମବାର ଅନୁଷ୍ଠିତ ଏକ ଭର୍ଚୁଆଲ୍ ସମାରୋହରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ସୋନୁ ସୁଦଙ୍କୁ ସମ୍ମାନିତ କରାଯାଇଥିଲା। ପୁରସ୍କାର ପାଇବା ପରେ ସୋନୁ ସୁଦ କହିଛନ୍ତି, ଏହା ଏକ ବହୁମୂଲ୍ୟ ସମ୍ମାନ । ଯାହା କିଛି କରିଛି, ଦେଶବାସୀଙ୍କ ପାଇଁ କରିଛି । ଏଥିପାଇଁ ସମ୍ମାନିତ ହେବାରୁ ଭଲ ଲାଗୁଛି ।

ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କୁ ଚାକିରି ଦେବା, ପିଲାଙ୍କୁ ମାଗଣାରେ ଶିକ୍ଷା ଏବଂ ଚିକିତ୍ସା ଯୋଗାଇବାରେ ସୋନୁ ସୁଦ ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି । ସେତିକି ନୁହେଁ, ୪୭ ବର୍ଷ ବୟସ୍କ ସୋନୁ ମୁମ୍ବାଇରେ ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ଏକ ହୋଟେଲ ମଧ୍ୟ ଯୋଗାଇ ଦେଇଥିଲେ। ସେହିପରି ଜୁଲାଇରେ ମହାରାଷ୍ଟ୍ର ଉପକୂଳରେ ବାତ୍ୟା ନିସର୍ଗ ପ୍ରଭାବରେ ବାସହରା ହୋଇଥିବା ଅନେକ ଲୋକଙ୍କୁ ସେ ବାସ ଯୋଗାଇ ଦେଇଥିଲା।

ଅନ୍ୟ କଳାକାର ଯେଉଁମାନେ ୟୁଏନ୍‌ ପକ୍ଷରୁ ଏପରି ହ୍ୟୁମାନିଟାରିଆନ ଆୱାର୍ଡ ପାଇଛନ୍ତି ସେମାନେ ହେଲେ ପ୍ରିୟଙ୍କ ଚୋପ୍ରା, ଲିଓନାର୍ଡୋ ଡିକାପ୍ରିଓ, ଆଞ୍ଜେଲିନା ଜୋଲି ଓ ଅନ୍ୟମାନେ।

You might also like