ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ସୋନିପତ୍‌‌: ଦିଲ୍ଲୀର ନାରାୟଣା ସ୍ଥିତ ୱାର୍ଡର ନମ୍ବର ୨ର ଜଣେ ଆମ୍‌ ଆଦମୀ ପାର୍ଟି ନେତା ନିଶାନ୍ତ ତମ୍ବର ଦିଲ୍ଲୀ-ପାନିପତ୍‌ ହାଇୱେରେ ବହାଲଗଡ ନିକଟରେ ନିଜ କାର୍‌ ଅଟକାଇ ବିଷ ପିଇ ଦେଇଛନ୍ତି। ଏହି ଘଟଣାରେ ତାଙ୍କ ଭାଇ ପଡୋଶୀ ସନ୍ଦୀପ ତମ୍ବରଙ୍କୁ ଦୋଷ ଦେଇଛନ୍ତି। ସେ ତାଙ୍କ ଭାଇଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା କହିଛନ୍ତି।

ମୃତକଙ୍କ ଭାଇଙ୍କ ବୟାନକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ମୃତ ନିଶାନ୍ତ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ୪ ଦିନ ପୂର୍ବରୁ ଅଭିଯୁକ୍ତ ସନ୍ଦୀପ ମାମଲା ରୁଜୁ କରିଥିଲେ।

କୁହାଯାଉଛି, ଦିଲ୍ଲୀ-ପାନିପତ୍‌ ଲେନ୍‌‌ରେ ବହାଲଗଡ ସାଇ ସେଣ୍ଟର ସାମ୍ନାରେ କାର୍‌ ରଖି ନିଶାନ୍ତ ବିଷ ପିଇ ଦେଇଥିଲେ। ବିଷପାନ ପରେ ଅର୍ଦ୍ଧନଗ୍ନ ଅବସ୍ଥାରେ କାର ପାଖରେ ପଡିଥିଲେ। ଏପରିକି ତାଙ୍କର ପେଟ ପର୍ଯ୍ୟନ୍ତ ଶରୀର କାର ଭିତରେ ଥିଲା। ନିଶାନ୍ତଙ୍କୁ ଏପରି ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ତେବେ ମୃତ ଆପ୍ ନେତା ନିଶାନ୍ତଙ୍କ ଭାଇ ନିଶିଲ ତମ୍ବରଙ୍କ କହିବା ଅନୁଯାୟୀ, ତାଙ୍କ ଭାଇ ନିଶାନ୍ତ ଆମ୍‌ ଆଦମୀ ପାର୍ଟିର ୱାର୍ଡ ନମ୍ବର ୨ର ଅଧ୍ୟକ୍ଷ ଥିଲେ। ତାଙ୍କର ପଡୋଶୀ ତଥା ନିଗମ ପରିଷଦ ସନ୍ଦୀପ ସେପ୍ଟେମ୍ବର ୧୨ ତାରିଖ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ।

ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ଟାରେ ତାଙ୍କୁ ଭାଇ ନିଶାନ୍ତ ଫୋନ କରିଥିଲେ। ସେ କହିଥିଲେ, ସନ୍ଦୀପ ତାଙ୍କୁ ବହୁତ ହଇରାଣ କରୁଛି। ଗାଳି ବି କରୁଛନ୍ତି। ତାଙ୍କ ବିରୋଧରେ ନାରାୟଣୀ ଥାନାରେ ମିଛ ମକଦ୍ଦମା ରୁଜୁ କରିଛନ୍ତି। ନିଶାନ୍ତ ଆହୁରି କହିଛନ୍ତି, ସନ୍ଦୀପ ତାଙ୍କ ବାପା-ମା’ଙ୍କ ନାମ ମଧ୍ୟ ମିଛରେ ଏଥିରେ ଲେଖିଛନ୍ତି। ତାଙ୍କ ଚାପରେ ଆସି ସେ ବିଷ ପାନ କରିଥିବା ଭାଇ ନିଶିଲ କହିଛନ୍ତି।

ଆହୁରି ପଢ଼ନ୍ତୁ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

You might also like