ସୋମନାଥ ଚାଟାର୍ଜୀଙ୍କ ପରେଲାକ
କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ପରେଲାକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇତିଲା। କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ସୋମନାଥଙ୍କୁ ଶନିବାରଠାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା।
କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିଲେ ସୋମନାଥ। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ।
୧୯୬୮ ମସିହାରେ ସେ ସିପିଏମ୍ରେ ଯୋଗ ଦେଲେ। ୨୦୦୮ ପର୍ଯ୍ୟନ୍ତ ଦଳର ନେତା ଥିଲେ। ଜଣେ କମ୍ୟୁନିଷ୍ଟ ନେତା ଭାବେ ଦେଶ ବିଦେଶରେ ତାଙ୍କର ପରିଚୟ ରହିଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।