ଗାତରୁ ବାହାରୁଛି ଧୂଆଁ, ଗରମ ପାଣି

ଭଦ୍ରକ: ଗାତରୁ ବାହାରୁଛି ଧୂଆଁ। ଆଉ ସେହି ଧୂଆଁକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ କରଞ୍ଜମାଳ ଗାଁରେ ଏହି ଘଟଣା ଏବେ ଚହଳ ସୃଷ୍ଟି କରିଛି।

କରଞ୍ଜମାଳ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପାଇଁ କିଛି ଶ୍ରମିକ ଗାତ ଖୋଳୁଥିଲେ। ତେବେ ୫ରୁ ୬ ଫୁଟ୍ ଖୋଳିବା ପରେ ସେହି ସ୍ଥାନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।

ଏପରିକି ଗରମ ପାଣି ବାହାରୁଥିବା ଲୋକେ କହିଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକଙ୍କ ଗହଳି ଲାଗିଛି। କେହି କେହି ସେହି ଗାତରୁ ବାଲ୍‌ଟି ସାହାଯ୍ୟରେ ପାଣି ବାହାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

You might also like