ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାର କଳା କାହାଣୀ ଖୋଲିଲେ SIT ମୁଖ୍ୟ ଅରୁଣ ବୋଥ୍ରା
ଭୁବନେଶ୍ୱର: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା। ପରେ ଘର ଭିତରକୁ ଡାକି ନେଇଥିଲା। ପରେ ତାକୁ ହତ୍ୟା କରି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା ବୋଲି ବୋଥ୍ରା ସୂଚନା ଦେଇଛନ୍ତି।
ସେ ଆହୁରି କ’ଣ ସବୁ କହିଛନ୍ତି ବୁଲେଟ୍ ପଏଣ୍ଟ୍ରେ ପୂରା ଖବର ଜାଣନ୍ତୁ
- ଯଦୁପୁର ହତ୍ୟା ମାମଲାରେ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍।
- ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି।
- ସରୋଜ ସେଠୀକୁ ରିମାଣ୍ଡରେ ଆଣିବାକୁ ଆବେଦନ ହୋଇଛି
- ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ କହିଲେ ଅରୁଣ ବୋଥ୍ରା।
- ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି ବୋଲ ବୋଥ୍ରାଙ୍କ ସୂଚନା।
- ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖା ଯାଉଛି।
- ଏହି ଘଟଣାର କୌଣସି ଆଇ ୱିଟ୍ନେସ୍ ଆମକୁ ଏଯାଏ ମିଳିନାହିଁ।
- ମୋର ୨୨ ବର୍ଷର ପୋଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା।
- ନାବାଳିକାର ଘରଠାରୁ ସରୋଜର ଘର ୨ଶହ ମିଟର ପାଖାପାଖି।
- ସରୋଜର ସାନଭଉଣୀ ସହ ନାବାଳିକାର ଭଲ ସଂପର୍କ ଥିଲା।
- ସରୋଜ ଘରେ ଥିବା ଜାମୁ କୋଳି ଖାଇବାକୁ ପିଲାମାନେ ଯାଇଥାନ୍ତି।
- ୧୪ ତାରିଖ ଦିନ ସେ ଏକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା।
- ସରୋଜର ବାପା ନାହିଁ, ମା ଚାକିରି କରୁଛି, ବଡ଼ ଭଉଣୀ ବାହା ହୋଇଛି।
- ସାନ ଭଉଣୀ ବି ଚାକିରି କରୁଛି, ସେଦିନ ଘରେ କେହି ନଥିଲେ।
- ୧୪ ତାରିଖରେ ସରୋଜ ଏକୁଟିଆ ଥିଲା, ଝିଅ କୋଳି ଖାଇବାକୁ ଯାଇଥିଲା।
- ସରୋଜ ତାକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।
- ନାବାଳିକା ଏଥିରେ ବାଧା ଦେବାକୁ ସେ ତା ତଣ୍ଟି ଚିପି ମାରିଦେଇଥିଲା।
- ମୃତ୍ୟୁ ପରେ ନାବାଳିକାର ମୃତଦେହ ସାଥିରେ ଦୁଷ୍କର୍ମ କରିଥିଲା।
- ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସେ ଏଭଳି କରିଥିବା କହିଛି ଅଭିଯୁକ୍ତ।
- ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୂରାଇଥିଲା।
- ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା।
- ତେବେ ଝିଅଟି ପିନ୍ଧିଥିବା ଲେଗିନ୍ସକୁ ସେ ନେବା ଭୁଲି ଯାଇଥିଲା।
- ପରେ ଲେଗିନ୍ସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି।
- ପଛରେ ଫିଙ୍ଗିଥିବା ଲେଗିନ୍ସସକୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି।
- ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା।
- ପର୍ଣ୍ଣୋ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା।
- ଘଟଣାର ପୂର୍ବଦିନ ୧୩ ରାତିରେ ରାତିସାରା ପର୍ଣ୍ଣୋ ଫିଲ୍ମ ଦେଖିଛି।
- ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ୱୀକାର କରିଛି ଅଭିଯୁକ୍ତ ସରୋଜ।
- ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ, ଏଭଳି କରିଥିବା କହିଛି।
- ଆଇ ୱିଟନେସ୍ ବା ଚାକ୍ଷୁସ ପ୍ରମାଣ କିଛି ମିଳିନି ବୋଲି କହିଲେ ବୋଥ୍ରା।
- ଆଇ ୱିଟନେସ୍ ନଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ।
- ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGR ସହ କଥା ହୋଇଛୁ।
- ତା ଘରୁ ବାହାରିଥିବା ଗଛଡାଳକୁ NIPGRକୁ ପଠାଯିବ
- ପ୍ରଥମେ ପଲିଗ୍ରାଫ୍ କରିବାକୁ ସରୋଜ ଅରାଜି ହେଉଥିଲା
- ପଲିଗ୍ରାଫ୍ ଟେଷ୍ଟରେ ତାର ଉତ୍ତର ମିଛଥିବା ଜଣାପଡ଼ିଥିଲା।
- ଘଟଣା ପରେ ସରୋଜ ୨ ଜଣଙ୍କୁ ଏକଥା ଜଣାଇଥିଲା
- ସେଥିରୁ ଜଣଙ୍କ ସହ କଥା ବେଳେ ତାଙ୍କ ଭିଡିଓ ଏବଂ ଅଡିଓ ଅନ୍ ଥିଲା।
- ଆମକୁ ସେହି ଭିଡିଓ ଏବଂ ଅଡିଓ ବଡ଼ ପ୍ରମାଣ ଭାବେ ମିଳିପାରିବ।
- ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇନଥିବା ରିପୋର୍ଟ ଆସିଛି।
ଉତ୍ତରରେ ବୋଥ୍ରା କହିଥିଲେ…
- ତଦନ୍ତ ବେଳେ ସାରା ଗାଁର ସବୁ ଲୋକଙ୍କ ପ୍ରୋଫାଇଲ ନେଇଥିଲୁ।
- ସେଦିନ କାହା ଘରେ କିଏ କିଏ ଥିଲେ, ସବୁ ଟିକିନିଖି ଯାଞ୍ଚ କରିଥିଲୁ।
- ୧୪ ତାରିଖ ଘଟଣା ଦିନ ସମସ୍ତଙ୍କ ଘରେ କେହି ନା କେହି ଥିଲେ।
- କିନ୍ତୁ ସରୋଜ ଘରେ, ସେଦିନ ଏକା ସରୋଜ ହିଁ ରହିଥିଲା
- ଦ୍ୱିତୀୟତଃ ସରୋଜଙ୍କ ମୋବାଇଲରୁ ମଧ୍ୟ ବଡ଼ ସୁରାକ ପାଇଲୁ।
- ତା ମୋବାଇଲ ଧରି ଲକ୍ ଖୋଲିବାରୁ ଗୋଟେ ପପ୍ଅପ୍ ଆସିଲା।
- ପପ୍ଅପ୍ ଥିଲା, ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କିତ ନ୍ୟୁଜ୍।
- କୌଣସି ଜାଗାରେ ଘଟିଥିବା ଏକ ନ୍ୟୁଜ୍କୁ ସରୋଜ ଦେଖିଥିଲା।
- ପୂର୍ବରୁ ଦେଖିଥିବାରୁ ମୋବାଇଲ ଅନ୍ କରୁ କରୁ ପପ୍ଅପ୍ ଆସିଥିଲା।
- ସରୋଜକୁ ନାବାଳିକା କଥା କହୁ କହୁ ସେ ଆମକୁ ପ୍ରମାଣ ମାଗିଥିଲା।
- ସେମିତି ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ପାଇଁ ରାଜି ହୋଇଥିଲେ।
- ତେବେ ସରୋଜ ପଲିଗ୍ରାଫ୍ ପାଇଁ ପ୍ରଥମରୁ ରାଜି ହେଉନଥିଲା।
ବୋଥ୍ରାଙ୍କ ସୂଚନା ପରେ ନାବାଳିକାର ବାପା ଅଶୋକ ସାହୁ କହିଲେ…
- ସେ ପିଲା ଏଭଳି ନୁହେଁ, ତାଙ୍କୁ ମୋହରା କରୁଛନ୍ତି।
- ଆମେ ସିବିଆଇ ତଦନ୍ତ ଦାବି କରୁଥିବାରୁ ଏଭଳି ନାଟକ କରୁଛନ୍ତି।
- ଘଟଣା ଦିନ ଆମ ଝିଅ ଅନ୍ୟ ୨ ଜଣ ପିଲାଙ୍କ ସହ ଖେଳୁଥିଲା।
- ସେ ପିଲା ଦୁଇ ଜଣ କହୁଛନ୍ତି ଯେ ଝିଅକୁ କାହ୍ନୁ ନାଏକ ନେଇଗଲା।
- କାହ୍ନୁ ନେଇକି ବାବୁଲିକୁ ଦେଇଛି, ତାର ଅଙ୍ଗତସ୍କରୀ କରାଯାଇଛି।
- ଏସ୍ଆଇଟି ତଦନ୍ତରେ କୌଣସି ତଥ୍ୟ ନାହିଁ, ମନଗଢ଼ା କାହାଣୀ।
ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ ପରେ ସରୋଜ ସେଠୀ ମା କହିଲେ…
- ସଂପୂର୍ଣ୍ଣ ମିଛ କହି ହଇରାଣ କରୁଛନ୍ତି।
- ପୁଅକୁ ମାଡ଼ ଦେଇ, ଡରେଇ ରାଜି ହେବାକୁ ବାଧ୍ୟ କରୁଛନ୍ତି।
- ଯାହା ପ୍ରମାଣ ମିଳିଥିବା କଥା କହୁଛନ୍ତି, ସବୁ ମିଛ।
- କାଲି ପୁଅ କହୁଥିଲା ତାକୁ ବାଡ଼େଇ ରାଜି ହେବାକୁ ବାଧ୍ୟ କରୁଛନ୍ତି।