କାଲିଠୁ କଟକ ସହରରୁ ହଟିବ ସଟ୍ଡାଉନ୍, ଖୋଲିବ ସପିଂ ମଲ୍, ହେଲେ…
କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍ଡାଉନ୍ ଆସନ୍ତାକାଲିଠୁ ହଟିବ। ଏ ନେଇ କଟକ ମହାନଗର ନିଗମ(CMC) ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି। ସ୍ଥିତିର ସମୀକ୍ଷା କରାଯାଇ ସଟ୍ଡାଉନ୍ ହଟିବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି।
ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।
- କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏ ଦେକାନ ବଜାର ଖୋଲା ରହିବ।
- ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ।
- ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏ ରାତ୍ରୀକାଳୀନ କର୍ଫ୍ୟୁ।
- ୫୦% କର୍ମଚାରୀଙ୍କୁ ନେଇ ଖୋଲା ରହିବ ସରକାରୀ ଅଫିସ୍।
- କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ
ଆହୁରି ମଧ୍ୟ ପଢ଼ନ୍ତୁ: କଟକ ସହରରେ ସଟ୍ଡାଉନ୍ ଅବଧି ବୃଦ୍ଧି ନେଇ ଗୁଜବ, ସିଏମ୍ସି କହିଲା FAKE