ଶ୍ରୀଲୋକନାଥ ଜଳବନ୍ଦୀ, ମନ୍ଦିରରେ ଅାଣ୍ଠୁଏ ଉଚ୍ଚର ପାଣି

ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି ପାଇଁ ଦୂରଦୂରାନ୍ତରୁ ପହଞ୍ଚିବେ କାଉଡିଅା। ହେଲେ ତା’ ପୂର୍ବରୁ ଜଳବନ୍ଦୀ ହୋଇଯାଇଛନ୍ତି ଦେବଦେବ ଶ୍ରୀଲୋକନାଥ।

ଶ୍ରୀଲୋକନାଥଙ୍କ ମନ୍ଦିରରେ ଅାଣ୍ଠୁଏ ଉଚ୍ଚରେ ପାଣି। ପୂରା ମନ୍ଦିର ପାଣିରେ ଭରି ରହିଛି। ଗମ୍ଭୀରା, ବାହାର ବେଢ଼ା, ଗଣେଶ ମନ୍ଦିର, ପାର୍ବତୀ ମନ୍ଦିରରେ ପାଣି ପଶିଯାଇଛି। ଭକ୍ତମାନେ ଜଳ ଭିତରେ ପଶି ମନ୍ଦିର ଭିତରକୁ ଯାଉଛନ୍ତି।

ପାଣି ଭରି ରହିଥିବାରୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରିପାରୁନାହାନ୍ତି ଶ୍ରଦ୍ଧାଳୁ। ଗତ ବର୍ଷାରେ ପାର୍ବତୀ ସାଗର ସଂପୂର୍ଣ୍ଣ ବୁଡିଯାଇଥିଲା। ତେଣୁ ମନ୍ଦିର ଗମ୍ଭୀରାଠାରୁ ମନ୍ଦିର ଭିତରେ ପାଣି ହୋଇଯାଇଛି। ଖାଲି ପାଣି ନୁହେଁ, ପାର୍ବତୀ ସାଗରର ମାଛ ଅାସି ମନ୍ଦିର ପରିସରରେ ଜମି ରହିଥିବା ପାଣିରେ ଖେଳୁଥିବା ଦେଖିବାକୁ ମିଳିଛି। ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗର ୨ଟି ବଡ଼ ପମ୍ପ ଲଗାଯାଇ ପାର୍ବତୀ ସାଗର ଜଳ ସହ ଭିତର ଜଳ ବାହାରକୁ କଢାଯାଉଥିବା ସୂଚନା ଦେଇଛି ପ୍ରଶାସନ।

ଆହୁରି ପଢ଼ନ୍ତୁ

You might also like