ଶରଦ-ଦିଦି ଆଲୋଚନା: ଜାଣନ୍ତୁ କଣ କହିଲେ ମମତା?

ଏନସିପି ନେତା ଶରଦ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ

ମହାରାଷ୍ଟ୍ର: ଏନସିପି ନେତା ଶରଦ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗତକାଲି ବସିଥିଲା ରୁଦ୍ଧଦ୍ୱାର ବୈଠକ। ୨ ନେତା ଆଲୋଚନା ସମୟରେ  ବିରୋଧୀ ଶାସିତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମ୍ପର୍କରେ ଏନସିପିର ଜଣେ ତୁଙ୍ଗ ନେତା ସୂଚନା ଦେଇଛନ୍ତି।

ଏନସିପିର ରାଷ୍ଟ୍ରୀୟ ମୁଖପାତ୍ର ନୱାବ ମଲ୍ଲିକ୍ କହିଛନ୍ତି ଯେ,  ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି କି ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପି କିଭଳି ଭାବେ ତାଙ୍କୁ ଟାର୍ଗେଟ୍ କରିଛନ୍ତି ।

କେବଳ ଏତିକି ନୁହେଁ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ କିପରି ଭାବରେ ରାଜ୍ୟର ତିନିଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସମନ୍ କରିଛନ୍ତି ସେନେଇ ମଧ୍ୟ ଆଲେଚନା ହୋଇଥିଲା।

ନୱାବ ମଲ୍ଲିକ ଆହୁରି କହିଛନ୍ତି, ଜାଣିଶୁଣି ବିଜେପି ପଶ୍ଚିମବଙ୍ଗରେ କିଭଳି ଭାବେ ଅସ୍ଥିିରତା ସୃଷ୍ଟି କରୁଛି, କେନ୍ଦ୍ର ସରକାର ସରକାରୀ ଅଧିକାରୀମାନଙ୍କୁ କିଭଳି ନିଜ ଇଚ୍ଛାରେ ଦିଲ୍ଲୀ ଫେରାଇ ନେବାକୁ ଚେଷ୍ଟା କରୁଛି ଓ ରାଜ୍ୟମାନଙ୍କ ନିକଟରେ ଥିବା କ୍ଷମତାକୁ କିଭଳି ଉଲଙ୍ଘନ କରୁଛି ତାହା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖୁବଶୀଘ୍ର ମମତା ଓ ଶରଦ ଦେଶର ପ୍ରମୁଖ ବିରୋଧୀ ଦଳ ଗୁଡିକ ସହ ରୁଦ୍ଧଦ୍ୱାର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ମମତା କହିଛନ୍ତି ଯେ, ବିଜେପି କ୍ଷମତା ପାଇଁ କିଛି ବି କରିପାରେ କେବଳ ଏତିକି ନୁହେଁ ବରଂ ବିଜେପି ଏକ ଧୋକାବାଜ ଦଳ ବୋଲି କହିଛନ୍ତି ମମତା।

ଗୋଟିଏ ପଟେ ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି ଆଉ ରାଜନୀତି ମଧ୍ୟ ତେଜୁଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଟିଏମସିର ୩୫ ଜଣ ସଦସ୍ୟ ଦିଦିଙ୍କ ହାତ ଛାଡି ଗେରୁଆ ଦଳରେ ମିଶିଥିଲେ ଆଉ ଅନ୍ୟ ପଟେ ବିଜେପି ଉପରେ ମନଖୋଲା ବର୍ଷିଛନ୍ତି ଦିଦି।

ଗୋଟିଏ ପଟେ ନଡ୍ଡାଙ୍କ କାରକେଡ୍ ଆକ୍ରମଣ ଘଟଣାରେ ରାଜ୍ୟର ୩ ଅଧିକାରୀଙ୍କୁ କେନ୍ଦ୍ର ନୋଟିସ ଦେଇଥିବା ବେଳେ ଦିଲ୍ଲୀ ଗସ୍ତ ପାଇଁ ମମତା ସରକାର ସେହି ଅଧିକାରୀମାନଙ୍କୁ ଅନୁମତି ଦେଇନଥିବା ମଧ୍ୟ ସୂଚନା ରହିଛି।

ତେବେ ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ଗାଡ଼ିକୁ ଆକ୍ରମଣ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡ୍ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ପ୍ରବଳ ପଥର ମାଡ଼ ହେବା ସହ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ନେଇ ଖବର ପ୍ରକାଶ ପାଇଥିଲା ।

ଡାଇମଣ୍ଡ ହାରବର୍‌ରୁ ଦକ୍ଷିଣ ୨୪ ପ୍ରଗଣା ଯିବା ବେଳେ ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ନଡ୍ଡାଙ୍କ ସହ ସାଧାରଣ ସଭାରେ ଯୋଗଦେବାକୁ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟଭର୍ଗିୟ, ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ଏକାଧିକ ନେତା ଥିଲେ।

ତେବେ ଆକ୍ରମଣ ଘଟଣାକୁ ନେଇ ଶାସନାଧିନ ଟିଏମ୍‌ସିକୁ କଡ଼ା ସମାଲୋଚନା କରିଛି ବିଜେପି। ଡାଇମଣ୍ଡ ହାରବର୍ ଅଞ୍ଚଳ କିଛି ତୃଣମୂଳ କର୍ମୀ ଏହି ଘଟଣାରେ ସଂପୃକ୍ତ ଥିବା କୈଳାସ ଅଭିଯୋଗ ମଧ୍ୟ କରିଥିଲେ। ଏହି ଘଟଣା ପରେ ଏକାଧିକ ବିଜେପି କର୍ମୀ ଆହତ ବି ହୋଇଛନ୍ତି। ଆକ୍ରମଣକାରୀ ମାନଙ୍କୁ ପୋଲିସ ସାହାଯ୍ୟ କରିଥିବା ବିଜେପି ଅଭିଯୋଗ କରିଛି। ଘଟଣାସ୍ଥଳରେ ଅନେକ ପୋଲିସ କର୍ମୀ ଉପସ୍ଥିତ ଥିଲେ ମଧ୍ୟ ସେମାନେ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇ ନଥିବା ଅଭିଯୋଗ ହୋଇଛି।

You might also like