ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

କେନ୍ଦୁଝର: ସୋଶାଲ୍‌ ମିଡିଆରେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଥିବା ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍‌ ହୋଇଯାଇଛି। ଏବେ ସେହି ଭିଡିଓ ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି। ୪୨ ସେକେଣ୍ଡର ଏହି ଭିଡିଓରେ କେବଳ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି। ମାତ୍ର ଅଭିଯୁକ୍ତଙ୍କୁ ଦେଖିବାକୁ ମିଳୁନାହିଁ। ତେଣୁ ଭିଡିଓକୁ ଭାଇରାଲ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ଓ ଉଭୟଙ୍କ ଡାକ୍ତରୀମାଇନା କରିଥିବା ଜଣାପଡ଼ିଛି।

You might also like