କରୋନାରେ ଆକ୍ରାନ୍ତ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ। କରୋନା ସଂକ୍ରମିତ ହେବା ପରେ ତାଙ୍କର ପରୋଲୋକ ହୋଇଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କ ମା’ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦୀର୍ଘ ଦିନ ଧରି ଜି’ ନ୍ୟୁଜରେ ଆଙ୍କର୍ ଭାବେ କାର୍ଯ୍ୟ କରିଥିବା ରୋହିତ ସରଦାନା ଏବେ ଆଜ୍ ତକ ନ୍ୟୁଜ ଚ୍ୟାନେଲରେ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ। ସୁଧିର ଚୌଧରୀ ଟ୍ୱିଟ୍ କରି ରୋହିତଙ୍କ ଦେହାନ୍ତର ସୂଚନା ଦେଇଥିଲେ। ସୁଧିର ଚୌଧରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ‘କିଛି ସମୟ ପୂର୍ବରୁ ଜିତେନ୍ଦ୍ର ଶର୍ମାଙ୍କର ଫୋନ ଆସିଥିଲା। ସେ ଯାହା କହିଲେ, ତାହା ଶୁଣି ମୋ ହାତ ଥରି ଉଠିଲା। ତାହା ଥିଲା ଆମର ବନ୍ଧୁ ତଥା ସହକର୍ମୀ ରୋହିତ ସରଦାନାଙ୍କ ମୃତ୍ୟୁ ଖବର। ଏହି ଭାଇରସ ଆମର ଅତି ନିକଟତର ଜଣେ ବନ୍ଧୁଙ୍କ ଜୀବନ ନେଇଯିବ ତାହା କେବେ କଳ୍ପନା ମଧ୍ୟ କରିନଥିଲି। ଏଥିପାଇଁ ମୁଁ ପ୍ରସ୍ତୁତ ମଧ୍ୟ ନଥିଲି। ଭଗବାନ ଏହା ଅନ୍ୟାୟ କରିଛନ୍ତି। ଓଁ ଶାନ୍ତି।

ଦୀର୍ଘ ଦିନ ଧରି ଟିଭି ମିଡିଆର ଆଙ୍କର ହୋଇ ରହିଆସୁଥିବା ରୋହିତ ସରଦାନା ଏବେ ‘ଆଜ ତକ’ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଥିବା ସୋ ଙ୍ଗଲ’ରେ ଆଙ୍କରିଂ କରୁଥିଲେ। ୨୦୧୮ ରେ ରୋହିତ ସରଦାନାଙ୍କୁ ଗଣେଶ ଶଙ୍କର ବିଦ୍ୟାର୍ଥୀରେ ସମ୍ମାନିତ କରାଯାଇଥିଲା। ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାୟୀ ମଧ୍ୟ ରୋହିତ ସରଦାନାଙ୍କ ଦେହାନ୍ତ ସୂଚନା ଦେଇଛନ୍ତି। ସେ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ବନ୍ଧୁଗଣ, ଏହା ଅତ୍ୟନ୍ତ ଦୁଃ ଖଦ ଖବର। ପ୍ରସିଦ୍ଧ ଟିଭି ନ୍ୟୁଜ୍ ଆଙ୍କର୍ ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ସକାଳେ ତାଙ୍କର ହୃଦଘାତ ହୋଇଥିଲା। ତାଙ୍କ ପରିବାର ପ୍ରତି ଗଭୀର ସମବେଦନା।’

You might also like