ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ନୂଆଦିଲ୍ଲୀ: ଅନ୍‌ଲକ୍‌ ୪ ଗାଇଡ୍‌ଲାଇନ୍ସ ସହ ଆଜିଠୁ କିଛି ରାଜ୍ୟରେ ଆଂଶିକ ଭାବେ ସ୍କୁଲ୍‌ ଖୋଲିଛି। ଅନ୍‌ଲକ୍‌ ୪ରେ ଆଂଶିକ ଭାବେ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ।

କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ମିଳିଛି। ଅଭିଭାବକଙ୍କ ପରାମର୍ଶ ଏବଂ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ ବୋଲି କୁହାଯାଇଛି।

ହରିୟାଣା, ଜମ୍ମୁ ଓ କଶ୍ମୀର, ପଞ୍ଜାବ, ହିମାଚଳପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମେଘାଳୟ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ଆସାମ ଇତ୍ୟାଦିରେ ସ୍ୱେଚ୍ଛାକୃତ ଭାବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଆସିବାକୁ ଅନୁମତି ମିଳିଛି। ହେଲେ ସ୍କୁଲ୍‌ରେ କୌଣସି ରେଗୁଲାର୍‌ କ୍ଲାସ୍‌ ପାଇଁ ଅନୁମତି ମିଳି ନାହିଁ।

ତେବେ ଓଡ଼ିଶାରେ ପୂଜା ଛୁଟି ଯାଏ ସ୍କୁଲ, କଲେଜ ବନ୍ଦ ଥିବାରୁ ଆଜିଠୁ ଓଡ଼ିଶାରେ ସ୍କୁଲ୍‌ ଖୋଲି ନାହିଁ। 

ଆଜିଠୁ ସ୍ୱେଚ୍ଛାକୃତ ଭାବେ ନବମରୁ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀଙ୍କ ପାଇଁ ଆଂଶିକ ଭାବେ ସ୍କୁଲ୍‌ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ସହ ସେପ୍ଟେମ୍ବର ୮ରେ ଏ ନେଇ Standard Operating Procedure(SOP) ଜାରି କରିଥିଲେ।

ଜାଣନ୍ତୁ SOPରେ କ’ଣ ସବୁ ନିୟମ ରହିଛି…

  • ସ୍କୁଲ୍‌ରେ ମାସ୍କ ପରିଧାନ ସହ ସାନିଟାଇଜର୍ ବ୍ୟବହାର ବାଧ୍ୟତାମୂଳକ।
  • ପ୍ରାର୍ଥନା, କ୍ରୀଡ଼ା ଓ ଅନ୍ୟାନ୍ୟ ଏକତ୍ରିତ କାର୍ଯ୍ୟକୁ ନିଷେଧ ସହ ପ୍ରବେଶ ପଥରେ ହ୍ୟାଣ୍ଡ୍‌ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ।
  • ଲକ୍ଷଣ ନ ଥିବା ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ହିଁ ସ୍କୁଲ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।
  • ଛାତ୍ରଛାତ୍ରୀ ଯେପରି ପରସ୍ପରକୁ ନୋଟ୍‌ବୁକ୍, ପେନ୍‌ସିଲ୍, ପେନ୍, ପାଣି ବୋତଲ ଦିଆନିଆ ନ କରନ୍ତି, ତା’ଉପରେ ବି ଗୁରୁତ୍ୱ ଦିଆଯାଇଛି।
  • ଲ୍ୟାବ୍‌ରେ ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ୍ କରିବାକୁ ପରାମର୍ଶ।
  • ସ୍କୁଲ ପରିସରରେ ଥିବା କାଫେ/ମେସ୍ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ରହିବ।
  • କେବଳ ୫୦ ପ୍ରତିଶତ କର୍ମଚାରୀ ସ୍କୁଲ୍‌‌ ଆସିବେ।
  • ବାୟୋମେଟ୍ରିକ ଉପସ୍ଥାନର ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି।
  • ଛାତ୍ର-ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାୟ ଭିତ୍ତିରେ କରିବାକୁ ପରାମର୍ଶ। 
  • ସ୍କୁଲ୍‌ରେ ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବାକୁ SOPରେ ନିର୍ଦ୍ଦେଶ।
  • ଅନ୍‌ଲାଇନ୍ ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖିବାକୁ SOPରେ ନିର୍ଦ୍ଦେଶ।
  • ଛାତ୍ରଛାତ୍ରୀଙ୍କ ପରିବହନ ନେଇ ମଧ୍ୟ SOP ଜାରି କରାଯାଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ ନେବା ଆଣିବା ବେଳେ ସାମାଜିକ ଦୂରତା ମାନିବାକୁ ପଡ଼ିବ। 

ଆହୁରି ପଢ଼ନ୍ତୁ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

You might also like